fbpx

ଆଇପିଏଲ୍ ବେଟିଂରେ ହାରିଲେ: ବିଷ ପିଇ ମା’-ପୁଅଙ୍କ ଆତ୍ମହତ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇପିଏଲ୍ ବେଟିଂ ପାଇଁ ଚାଲିଯାଇଛି ଦୁଇଟି ପ୍ରାଣ । ବେଟିଂରେ ହାରିବା ପରେ ମା’-ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ରାୟଗଡାରେ ଘଟିଯାଇଛି ଏମିତି ଏକ ଅଭାବନୀୟ ଘଟଣା । ରାୟଗଡା ଅନ୍ତର୍ଗତ ଶେଷଖାଲର ଝିମିରିପଟା ଗାଁରେ ଘଟିଛି ଏହି ହୃଦୟଥରା ଘଟଣା ।

ଆଇପିଏଲ୍ ବେଟିଂରେ ବିପୁଳ ପରିମାଣରେ ଅର୍ଥ ହାରିବା ପରେ ଉଭୟ ମା’-ପୁଅ ବିଷ ପିଇ ଦେଇଥିଲେ । ବିଷ ପିଇବା ପରେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ରାୟଗଡା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲରେ ରାତିରେ ପୁଅ ପ୍ରାଣ ହରାଇଥିବା ବେଳେ ସକାଳୁ ମା’ ପ୍ରାଣ ହରାଇଛି । ୩ ଦିନ ତଳେ ବାକି ଟଙ୍କା ଆଦାୟ କରିବା ପାଇଁ କିଛି ବ୍ୟକ୍ତି ଟଙ୍କା ଆଦାୟ ପାଇଁ ଆସିଥିଲେ । ପାଟିତୁଣ୍ଡ କରିବା ସହିତ ଘରୁ କିଛି ମୂଲ୍ୟବାନ ଜିନିଷ ଉଠାଇ ନେଇଥିଲେ । ଟଙ୍କା ହରାଇ ମିୟମ୍ରାଣ ଅବସ୍ଥାରେ ଉଭୟ ଆତ୍ମହତ୍ୟା କରିଥିବା କୁହାଯାଇଛି ।

Get real time updates directly on you device, subscribe now.