fbpx

ପୁଲ୍ ପାଣିରେ ନିଆଁ ଲଗାଇଦେଲା ଭିକି-କ୍ୟାଟଙ୍କ ହଟ୍ ଫଟୋଶୁଟ: ଦେଖନ୍ତୁ ଫଟୋ

ମୁମ୍ବାଇ: ବଲିଉଡର ନବ ବିବାହିତ ଦମ୍ପତ୍ତି ଭିକି କୌଶଲ ଏବଂ କାଟ୍ରିନା କୌଶଲ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ନିଜର ହଟ୍ ଫଟୋଶୁଟ୍ ପାଇଁ ଚର୍ଚ୍ଚାରେ ଏହି ବି ଟାଉନ୍ ସେଲିବ୍ରିଟି । ଶନିବାର କାଟ୍ରିନା କୈଫ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଶେୟାର କରିଥିଲେ । ଏହି ଫଟୋଟି ଅପଲୋଡ୍ ହେବା ପରେ ଏହା ବେଶ ଭାଇରାଲ ହୋଇଥିଲା ।

କାଟ୍ରିନା ଏହି ଫଟୋଟି ଅପଲୋଡ୍ କରିବା ସହିତ ମି ଆଣ୍ଡ ମାଇନ୍ ବୋଲି ଲେଖିଥିଲେ । ଏହି ଫଟୋରେ କ୍ୟାଟ୍ରିନା ଏକ ଧଳା ରଙ୍ଗର ମନୋକିନି ପିନ୍ଧିଥିବା ବେଳେ ଭିକି କେବଳ ଏକ କଳା ବକ୍ସରରେ ନଜର ଆସିଥିଲେ । ଫଟୋଟି ଅପଲୋଡ୍ ହେବା ପରେ ଏହାକୁ ନେଇ ବିଭିନ୍ନ କଳାକାର ମାନେ ପ୍ରତିକ୍ରିୟା ପ୍ରକାଶ ପାଇଥିଲେ । ବଲିଉଡ ସିଙ୍ଗର ରାଜା କୁମାରୀ ଲେଖିଥିଲେ ଆଜିର ସକାଳଟି ଅତ୍ୟନ୍ତ ଚମକ୍ରାର । ଫଟୋଟିକୁ ପ୍ରାୟ ୨୧ ଲକ୍ଷ ଲୋକ ଲାଇକ୍ କରିଥିବା ବେଳେ କମେଣ୍ଟରେ ପ୍ରାୟ ହାର୍ଟ ଇମୋଜୀ ଦେଖିବାକୁ ମିଳିଛି ।

ସେପ୍ଟେମ୍ବର ୯ ତାରିଖରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଏହାପରେ ଉଭୟଙ୍କ କୌଣସି ଫିଲ୍ମ ରିଲିଜ୍ ହୋଇନଥିବା ବେଳେ କାଟ୍ରିନା ଏକାଧିକ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଇଶାନ୍ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହିତ ଫୋନ୍ ଭୁତ୍, ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଜୀ ଲେ ଜରା ଏବଂ ବିଜୟ ସେଥୁପତିଙ୍କ ସହିତ ମେରୀ କ୍ରିଷ୍ଟମାସରେ ନଜର ଆସିବେ ।

Get real time updates directly on you device, subscribe now.