୨ ବୋତଲ ମଦ ପିଇବା ପରେ ଚଢ଼ିଲାନି ନିଶା: ଗୃହମନ୍ତ୍ରୀଙ୍କୁ ଅଭିଯୋଗ ପଠାଇଲେ ମଦୁଆ

ନୂଆଦିଲ୍ଲୀ: ଗୋଟିଏ ପଟେ ଶିବରାଜ ସିଂ ଚୌହ୍ୱାନଙ୍କ ସରକାର ଭେଜାଲ ଓ ବ୍ୟଭିଚାର ବିରୋଧରେ ମାଫିଆଙ୍କ ଉପରେ ବୁଲଡୋଜର ଚଢ଼ାଇବା ଭଳି କଡ଼ା କାର୍ଯ୍ୟାନୁଷ୍ଠାନ କରୁଥିବା ବେଳେ ଏବେ ମଧ୍ୟପ୍ରଦେଶରେ ମଦରେ ଭେଜାଲ କରୁଥିବା ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଉଜ୍ଜୈନରେ ଜଣେ ମଦୁଆ ରାଜ୍ୟର ଗୃହମନ୍ତ୍ରୀଙ୍କୁ ଅଭିଯୋଗ ପଠାଇଛନ୍ତି । ସେ ପ୍ରମାଣସ୍ୱରୂପ ୨ ବୋତଲ ମଦ ନେଇ ଅବକାରୀ ପୋଲିସ ଷ୍ଟେସନରେ ମଧ୍ୟ ପହଞ୍ଚିଥିଲେ ।

ଥାନାରେ ଏହି ମଦୁଆଙ୍କୁ ଦେଖି ପୋଲିସ ଅଧିକାରୀ ବି ଆଶ୍ଚର୍ଯ୍ୟ ହୋଇଥିଲେ । ସବୁ ଶୁଣିବା ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଙ୍କୁ ଆଶ୍ୱାସନା ଦେଇଥିିଲେ । ୨ ବୋତଲ ମଦ ପିଇବା ପରେ ବି ନିଶା ହୋଇନଥିବା ସେ ଅଭିଯୋଗ କରିଥିଲେ । କେମିତି ମଦ ଯେ, ନିଶା ହେଉନି । ଦୋକାନୀ ପାଣି ମିଶାଇ ବିକ୍ରି କରୁଛି । ଦୋକାନୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମଦୁଆ ଜଣକ ଅଭିଯୋଗ କରିଥିଲେ ।

ତେବେ ମଦୁଆ ଜଣକଙ୍କର ନାଁ ଲୋକେନ୍ଦ ସେଠିଆ ହୋଇଥିବା ବେଳେ ସେ ଏପ୍ରିଲ ୧୨ରେ ୨ ବୋତଲ ଦେଶୀ ମଦ ପିଇବା ପରେ ଅବକାରୀ ବିଭାଗରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ । ନିଶା ହେଉନି, ମଦରେ ପାଣି ମିଶାଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ବ୍ୟକ୍ତି ଜଣକ ପ୍ରମାଣସ୍ୱରୂପ ୨ଟି ବୋତଲ ନେଇ ପହଞ୍ଚିଥିଲେ ।

Get real time updates directly on you device, subscribe now.