(ଭିଡିଓ) ୪୯ ବର୍ଷୀୟ ପାକିସ୍ତାନ ସାଂସଦଙ୍କର ଭାଙ୍ଗିଲା ତୃତୀୟ ବିବାହ! ନିଜଠୁ ୩୧ ବର୍ଷ ସାନ ପତ୍ନୀ କହିଲେ- ‘ସଇତାନ୍ ଠାରୁ ବି ଅଧିକ…’
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ପାର୍ଟିର ଜଣେ ୪୯ ବର୍ଷୀୟ ସାଂସଦ ଅମିତ ଲିୟାକତ ନିକଟରେ ନିଜର ତୃତୀୟ ବିବାହକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ ନିଜଠାରୁ ୩୧ ବର୍ଷ ସାନ ଯୁବତୀ ସଇଦା ଦାନିୟା ଶାହଙ୍କୁ ତୃତୀୟ ବିବାହ କରିଥିଲେ । କିନ୍ତୁ ଏବେ ତାଙ୍କ ତୃତୀୟ ବିବାହରେ ବି ସମସ୍ୟା ଦେଖାଦେଇଛି । ସଇଦା ଦାନିୟା ଶାହ
୧୮ ବର୍ଷୀୟା ସଇଦା ଦାନିୟା ଶାହ ନିଜ ସ୍ୱାମୀ ଅମିରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ଏହା ସହ ସେ ଅମିରଙ୍କଠାରୁ ଛାଡ଼ପତ୍ର ନେବାକୁ ଘୋଷଣା କରିଛନ୍ତି । ଦୁହେଁ ପ୍ରାୟ ୩ ମାସ ପୂର୍ବରୁ ଅର୍ଥାତ୍ ୯ ଅକ୍ଟୋବରରେ ବିବାହ କରିଥିଲେ । ଛାଡ଼ପତ୍ରର ଘୋଷଣା ସହ ଦାନିୟା ନିଜ ସ୍ୱାମୀ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ।
View this post on Instagram
ତେବେ ଅମିର ପାକିସ୍ତାନର ସାଂସଦ ସହ ଜଣେ ପ୍ରସିଦ୍ଧ ଟିଭି ହୋଷ୍ଟ, ଫଳରେ ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ ପ୍ରଶଂସକ ଅଛନ୍ତି । ଅମିର ଟିଭିରେ ଯେପରି ଦେଖାଯାଉଛଉନ୍ତି, ବାସ୍ତବ ଜୀବନରେ ତାର ଓଲଟା ବୋଲି ଦାନିୟା କହିଛନ୍ତି । ତାଙ୍କ ବ୍ୟବହାର ସଇତାନ୍ ଠାରୁ ବି ଅଧିକ ବୋଲି ସେ କହିଛନ୍ତି । କୋର୍ଟରେ ଛାଡ଼ପତ୍ରର ଏହି ମାମଲାରେ ଶୁଣାଣି ଜୁନ୍ ୭ରେ ହେବ । ଛାଡ଼ପତ୍ରରେ ଦାନିୟା ଅନେକ କୋଟି ପାକିସ୍ତାନି ଟଙ୍କା, ସମ୍ପତ୍ତି ଓ ଅଳଙ୍କାର ଦାବି କରୁଛନ୍ତି । ତେବେ ଆସନ୍ତୁ ଦେଖିବା ଦାନିୟା ନିଜ ସ୍ୱାମୀଙ୍କ ନାଁରେ କ’ଣ ଅଭିଯୋଗ ଲଗାଇଛନ୍ତି…
View this post on Instagram
View this post on Instagram