ପିତାଙ୍କୁ ନିଜ ଲିଭର ଦେବାକୁ ଚାହୁଁଥିଲେ ୧୬ ବର୍ଷର ନାବାଳିକା: ପ୍ରତିବନ୍ଧକ ସାଜିଲେ ରାଜ୍ୟ ସରକାର

ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାରଙ୍କ ଏକ ସମିତି ଜଣେ ନାବାଳିକା ଉପରେ ନେଇଛନ୍ତି ବଡ ନିଷ୍ପତ୍ତି । ଅସୁସ୍ଥ ପିତାଙ୍କୁ ନିଜ ଲିଭର ଦେଇ ସୁସ୍ଥ କରିବାକୁ ଚାହୁଁଥିଲେ ଝିଅ । କିନ୍ତୁ ସରକାର ଏହାକୁ ରୋକଠୋକ ମନା କରି ଦେଇଛନ୍ତି । ତେବେ ଏହାର କାରଣ ଯାହା ଦର୍ଶାଯାଇଛି ତାହା ସମସ୍ତଙ୍କୁ ଚକିତ କରିଛି । ଝିଅର ଏହି ନିଷ୍ପତ୍ତି ତାଙ୍କ ନିଜର ନା ତାଙ୍କୁ ବାଦ୍ୟ କରାଯାଉଛି ତାହା ସ୍ପଷ୍ଟ ନୁହେଁ ବୋଲି କହି ଏମିତି କରିବାକୁ ମନା କରିଛନ୍ତି ସରକାର ।

ଝିଅ ନିଜ ମାଙ୍କ ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ସହ ରାଜ୍ୟ ସରକାରଙ୍କୁ ଏ ନେଇ ନିଷ୍ପତ୍ତି ନେବାକୁ ଗୁହାରି କରିଥିଲା । କିନ୍ତୁ ଏହି ଆବେଦନକୁ ଖାରଜ କରିଛନ୍ତି ଚିକିତ୍ସା ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ । ସୂଚନା ଅନୁସାରେ, ନାବାଳିକାର ପିତା ଲିଭର ସମ୍ବନ୍ଧିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ତାଙ୍କୁ ନିଜ ଲିଭର ଦେବା ପାଇଁ ଝିଅ ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲା ।

ତେବେ ଝିଅର ଏହି ନିଷ୍ପତ୍ତିକୁ ଖାରଜ କରାଯାଇଛି । କିନ୍ତୁ ଏହି ରିପୋର୍ଟରେ ସଂଶୋଧନ କରିବା ସହ ଶୁଣାଣି କରିବା ପାଇଁ ଅନୁମତି ଦେଇଥଇଲେ ଉଚ୍ଚ ନ୍ୟାୟାଳୟ । ଝିଅ ବ୍ୟତୀତ ଅନ୍ୟ କୌଣସି ସମ୍ପର୍କୀୟଙ୍କ ଲିଭର ପ୍ରତିରୋପଣ କରାଯିବା ସମ୍ଭବ ହୋଇନଥିଲା । ସେପଟେ ଏହା ମାର୍ଚ୍ଚ ମାସ ମଧ୍ୟରେ କରିବା ପାଇଁ ମଧ୍ୟ କୁହାଯାଇଥିଲା । କିନ୍ତୁ ଆଇନ ଅନୁସାରେ, ସମ୍ମତି ନ ମିଳିବା ପର୍ଯ୍ୟନ୍ତ ନାବାଳିକା ପିତାଙ୍କୁ ଲିଭର ଦେଇ ପାରିବେ ନାହିଁ ବୋଲି ସମିତି ତରଫରୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.