fbpx

ଗ୍ରାହକଙ୍କୁ ଝଟକା: ପୁଣି ବଢ଼ିଲା ସିଏନଜି ଦର, ଜାଣନ୍ତୁ କ’ଣ ରହିଛି ପେଟ୍ରୋଲ ଡିଜେଲର ଦାମ

ନୁଆଦିଲ୍ଲୀ: ଦେଶରେ ବିଭିନ୍ନ ଜିନିଷର ଦରଦାମ ନିରନ୍ତର ବଢ଼ିଚାଲିଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପୁଣିଥରେ ସିଏନଜି ଦର ବୃଦ୍ଧି ପାଇଛି । ଶୁକ୍ରବାର ବିଳମ୍ବିତ ରାତିରୁ ଲାଗୁ ହୋଇଥିବା ନୂଆ ଦର ଅନୁଯାୟୀ ପ୍ରତି କିଲୋ ପିଛା ଦୁଇ ଟଙ୍କା ବୃଦ୍ଧି ପାଇଛି । ନୁଆ ଦାମ ଲାଗୁ ହେବା ପରେ ଗାଜିଆବାଦରେ ସିଏନଜି କେଜି ପ୍ରତି ୭୮.୧୭ ଟଙ୍କା ରହିଛି ।

ସେହିପରି ଦିଲ୍ଲୀରେ ନୂଆ ଦର ଅନୁଯାୟୀ କେଜି ପ୍ରତି ୭୫.୬୧, ଗୁରୁଗ୍ରାମରେ ୮୩.୯୪ ପ୍ରତି କେଜି । ସେହିପରି ମୁଜାଫରନଗର, ମେରଠ ଏବଂ ଶାମଲିରେ ସିଏନଜି ମୂଲ୍ୟ କେଜି ପିଛା ୮୨.୮୪ ଟଙ୍କା ଏବଂ ରେୱାରୀରେ ଗ୍ରାହକଙ୍କୁ ୮୬.୦୭ ଟଙ୍କା ଦେବାକୁ ପଡିବ। କାନପୁର, ହମିରପୁର ଏବଂ ଫତେହପୁରରେ ଗ୍ରାହକଙ୍କୁ ୧ କିଲୋଗ୍ରାମ ସିଏନଜି ପାଇଁ ୮୪.୭୦ ଟଙ୍କା ଦେବାକୁ ପଡିବ ଏବଂ ଅଜମେର, ପାଲି ଏବଂ ରାଜସାମଣ୍ଡରେ ୧ କିଲୋଗ୍ରାମ ଉଘଏ ମୂଲ୍ୟ କିଲୋଗ୍ରାମରେ ୮୫.୮୮ ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି ଭାରତୀୟ ତେଲ କମ୍ପାନୀ ମଧ୍ୟ ଆଜି ସକାଳେ ଲେଟେଷ୍ଟ ରେଟ ଅପଡେଟ ଦେଇଛନ୍ତି । ସମଗ୍ର ଦେଶରେ ତେଲର ଦମ ଲଗାତାର ସ୍ଥିର ରହିଛି । ବିଶ୍ୱ ବଜାରରେ ଅଶୋଧିତ ତେଲ ବ୍ୟାରେଲ ପିଛା ୧୧୦ ନିକଟତର ହୋଇଥିଲେ ମଧ୍ୟ ଭାରତୀତୟ ବଜାରରେ ତେଲର ଦର ସ୍ଥିିର ରହିଛି । ଗତ ୭ ଏପ୍ରିଲରୁ ଦେଶରେ ତେଲର ଦର ପ୍ରାୟ ସ୍ଥିର ରହିଛି ।

Get real time updates directly on you device, subscribe now.