fbpx

ସରିଲା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩: ଶ୍ରେଷ୍ଠ ଆଥଲେଟ୍‌ଙ୍କୁ ସମ୍ମାନିତ କଲେ ୫-ଟି ସଚିବ

ଆସନ୍ତା ୨୪ ତାରିଖରେ ଗ୍ରାଁ ପ୍ରି-୪ ଖେଳାଯିବ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩ ଶେଷ ହୋଇଛି । ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ । ସେ ଶ୍ରେଷ୍ଠ ପୁରୁଷ ଆଥଲେଟ୍‌ ଅବଦୁଲ୍ଲା ଅବୁ ବକର (ଟ୍ରିପଲ୍‌ ଜମ୍ପ), ଶ୍ରେଷ୍ଠ ମହିଳା ଆଥଲେଟ୍‌ ନବଜୀତ କୌର ଧୀଲନ (ଡିସ୍କସ ଥ୍ରୋ)ଙ୍କୁ ସମ୍ମାନୀତ କରିଥିଲେ । ଏଥିସହ ୫-ଟି ସଚିବ ଆଦିଲ ସୁମାରୀୱାଲାଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ । ତେବେ ଆସନ୍ତା ୨୪ ତାରିଖରେ ଗ୍ରାଁ ପ୍ରି-୪ ଖେଳାଯିବ ।

ଗତ ଶନିବାର ଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗ୍ରାଁ ପ୍ରି- ୩ ଦୌଡ଼କୁଦରେ ଓଡ଼ିଶା ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ, ଆର୍ଯ୍ୟନ ଏକ୍କା ରୌପ୍ୟ, ଅମୀୟ ମଲ୍ଲିକ, ସ୍ୱାଧୀନ ମାଝି ଓ ଲକ୍ଷ୍ମୀପ୍ରିୟା କିଶାନ କାଂସ୍ୟ ପଦକ ହାସଲ କରିଛନ୍ତି । ଜାମାଇକାରେ ପ୍ରଶିକ୍ଷଣ ହାସଲ କରି ଦୀର୍ଘ ୪ ବର୍ଷ ପରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଇଣ୍ଡିଆ ଗ୍ରାଁ ପ୍ରି-୩ରେ ସଫଳତା ହାସଲ କରିଛନ୍ତି । ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଶ୍ରାବଣୀ ୨୦୧୮ ପରେ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତାରୋ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.