fbpx

ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଉପଲକ୍ଷେ ନିଆରା ଉପାୟରେ ପ୍ରିୟଙ୍କାଙ୍କ ସଚେତନତା

ଆସନ୍ତା କାଲି ପାଳନ ହେବ ଅଷ୍ଟମ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ବା World Menstrual Hygiene Day । ମହିଳାମାନଙ୍କୁ ସେମାନଙ୍କ ଋତୁସ୍ରାବ ସମ୍ପର୍କରେ ଅବଗତ କରାଇବା ଏବଂ ସତର୍କ କରାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଋତୁସ୍ରାବ ହେଉଛି ନାରୀ ଜୀବନର ଏକ ବିଶେଷ ଅଂଶ । ଯାହା ବିନା ନାରୀଟିଏ ମା ହୋଇପାରେନି । ତେବେ ଋତୁସ୍ରାବ ସମୟରେ ନାରୀମାନଙ୍କୁ କିପରି ସତର୍କ ରହିବାକୁ ହେବ ସେହି ସମ୍ପର୍କିତ ଜ୍ଞାନ ରଖିବା ମଧ୍ୟ ଖୁବ ଜରୁରୀ ହୋଇଥାଏ ।

ୟନେକ ସ୍ଥାନରେ ନାରୀ ମାନେ ଏବେ ବି ସାନିଟାରୀ ନାପକିନ କିଣିବାକୁ ଲାଜ କରୁଥିବାର ଦେଖାଯାଇଛି । କିଣିବା ସମୟରେ କେହି ଦେକି ନେବେ ବୋଲି ଅନେକ ଲୋକ ଖବର କାଗଜ ଏବଂ କଳା ପଲିଥିନ ମଧ୍ୟ ବ୍ୟବହାର କରିଥାନ୍ତି । କେବଳ ସେତିକି ନୁହେଁ, କିଛି ମହିଳା ଋତୁସ୍ରାବ ସମୟରେ ପୁରୁଣା ଅସ୍ୱଚ୍ଛ କପଡା ଓ ପଲିଥିନ ପରି ମାରାତ୍ମକ ଜିନିଷ ବ୍ୟବହାର କରିଥାନ୍ତି । ଯାହା ଦ୍ୱାରା ବିଭିନ୍ନ ରୋଗରେ ପଡି ଅସୁବିଧାର ସମ୍ମୁକୀନ ହୋଇଥାନ୍ତି । ଅନୁଧ୍ୟାନରୁ ଜଣାଯାଇଛି ଯେ, ବିଶ୍ୱର ୨୩ ମିଲିୟନ ଝିଅ ପ୍ରତି ବର୍ଷ ଋତୁସ୍ରାବକୁ ରୋଗ ଭାବି ସ୍କୁଲ ଛାଡୁଥିବାର ନଜର ରହିଛି । ସେପଟେ ଲକ୍ଷାଧିକ ମହିଳା ଋତୁସ୍ରାବ କଷ୍ଟ ଓ ଅସଚେତନତା ପାଇଁ ମୃତ୍ୟୁବରଣ କରନ୍ତି ।

ତେବେ ଏହି ମେସେଜକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ଇଞ୍ଜିନିୟର ପ୍ରିୟଙ୍କା ସାହାଣୀ । ୨୦ ଟି ସାନିଟାରୀ ନାପକିନ ଜରିଆରେ ଏକ ମୁକୁଟ ତିଆରି କରି ଋତୁସ୍ରାବ ସମ୍ପର୍କରେ ବାର୍ତ୍ତା ପହଞ୍ଚାଇଛନ୍ତି । ନାପକିନରେ ଅଳତା ଓ ରଙ୍ଗ ଦେଇ ସେଥିରେ ଲେଖିଛନ୍ତି ସଚେତନର ସ୍ୱତନ୍ତ୍ର ବାର୍ତ୍ତ । ଋତୁସ୍ରାବ ଲଜ୍ୟାକର କଥା ନୁହେଁ, ଏହା ହିଁ ନାରୀର ବିଶେଷତ୍ୱ ବୋଲି ସେ ମତ ଦେଇଛନ୍ତି ।

Get real time updates directly on you device, subscribe now.