fbpx

ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ: ରାଜ୍ୟରେ ଲଗାତର ଦୁଇଦିନ ଧରି ବନ୍ଦ ରହିବ ପେଟ୍ରୋଲ ପମ୍ପ, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଲଗାତର ଦୁଇଦିନ ପାଇଁ ବନ୍ଦ ରହିବ ପେଟ୍ରୋଲ ପମ୍ପ । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ପେଟ୍ରୋଲ ପମ୍ପ ବନ୍ଦ ରହିଲେ ବାଇକ୍ ଚାଳକମାନେ ବାହାରୁ ଚଢ଼ାଦରରେ ପେଟ୍ରୋଲ କିଣିବାକୁ ବାଧ୍ୟ ହେବେ । ତେଣୁ ବେଳ ଥାଉଥାଉ ଗାଡ଼ି ଚାଳକମାନେ ମାନେ ସେମାନଙ୍କ ଯାନରେ ପର୍ଯ୍ୟାପ୍ତ ପେଟ୍ରୋଲ ପକାଇବାକୁ ଅନୁରୋଧ ।

ସଦ୍ୟ ରିପୋର୍ଟମୁତାବକ, ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ ଦୁଇ ଦିନ ପାଇଁ ୧୨ ଘଣ୍ଟା ଲେଖାଏଁ ବନ୍ଦ ଡାକରା ଦେଇଛନ୍ତି । ଆଜି ଓ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପଟ୍ରୋଲ ପମ୍ପ ବନ୍ଦ ରହିବା ବୋଲି ରିପୋର୍ଟରୁ ଜଣାପଡ଼ିଛି । ନିକଟରେ କେନ୍ଦ୍ର ସରକାର ଭ୍ୟାଟ୍ ହ୍ରାସ କରିଥିବା ବେଳେ ଏହାଦ୍ୱାରା ପେଟ୍ରୋଲ ପମ୍ପର ମାଲିକ ଓ ଡିଲରମାନେ ପର୍ଯ୍ୟାପ୍ତ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ତୈଳ କମ୍ପାନୀମାନଙ୍କଠାରୁ ସହାୟତା ପାଇବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ତେବେ ଜନସାଧାରଣ ଦୁଇ ଦିନ ପାଇଁ ତୈଳ କମ୍ପାନୀଙ୍କଠାରୁ ତୈଳ କିଣି ପାରିବେ ନାହିଁ ବୋଲି ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ତୈଳ କମ୍ପାନୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.