fbpx

ଗ୍ରେନେଡ ଏବଂ ବମ ଧରି ପାକିସ୍ତାନୀ ଡ୍ରୋନର ଉଡାଣ ବେଳେ ପୋଲିସର ଆଟାକ

ନୂଆଦିଲ୍ଲୀ: ଫେଲ ମାରିଛି ପାକିସ୍ତାନର ଷଡଯନ୍ତ୍ର । ସୀମା ପାର କରି ଭାରତରେ ପଶିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ଆଖିରେ ଧୂଳି ଦେବାରେ ଅସଫଳ ହୋଇଛି । ଭାରତୀୟ ସୀମା ଭିତରକୁ ପଶିବାର କିଛି ସମୟ ମଧ୍ୟରେ ଏକ ପାକିସ୍ତାନୀ ଡ୍ରୋନକୁ ପୋଲିସ ଜାଲରେ ଧରା ପଡିଛି । ଏଭଳି ଏକ ଘଟରା ଘଟିଛି ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲା ଅଞ୍ଚଳରେ ।

ଏହି ଡ୍ରୋନ ସହିତ ୭ଟି ଲେଖାଏଁ ମ୍ୟାଗ୍ନେଟିକ ବମ ଏବଂ ୟୁବିଜିଏଲ ଗ୍ରେନେଡ ଜବତ ହୋଇଛି । ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଦକ୍ଷିଣ କାଶ୍ମୀର ହିମାଳୟରେ ପବିତ୍ର ଅମରନାଥକୁ ବାର୍ଷିକ ତୀର୍ଥଯାତ୍ରା ଠିକ ପୂର୍ବରୁ ଏମିତି ଏକ ଘଟଣା ସମସ୍ତଙ୍କ ମନରେ ଭୟ ଖେଳାଇ ଦେଇଛି । ତେଣୁ ସୁରକ୍ଷା ବ୍ୟବସ୍ଥାକୁୂ ଆହୁରି କଡାକଡି କରିଛି ପ୍ରଶାସନ । ବମ ଏବଂ ଗ୍ରେନେଡ ନେଇ ଭାରତୀୟ ସୀମାରେ ପଶିଥିବା ଏକ ଡ୍ରୋନକୁ ପୋଲିସ ନିଜ କବଜାକୁ ଆଣିଛି ।

ରାଜବାଗ ଥାନା ଅଞ୍ଚଳର ତଲୀ ହରିୟା ଛକ ନିକଟ ସୀମାରେ ଏକ ଡ୍ରୋନ ଉଡୁଥିବାର ଦେଖି ଆଟାକ କରିଥିଲା ସ୍ଥାନୀୟ ପୋଲିସ । ଫଳରେ ଡ୍ରୋନଟି ତଳକୁ ଖସି ଆସି ଧରାପଡିଯାଇଥିଲା । ଏ ନେଇ ପୋଲିସ ପକ୍ଷରୁ ଜାମ୍ମୁ ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂହ । ପୋଲିସ ହାତରେ ଧରାପଡିବା ପରେ ଡ୍ରୋନରୁ ବମ ଏବଂ ଗ୍ରେନେଡ ମଧ୍ୟ ଜବତ କରାଯାଇଛି । ତେବେ ଏହି ଅଞ୍ଚଳରେ ପୋଲିସର ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି ।

Get real time updates directly on you device, subscribe now.