fbpx

କଂଗ୍ରେସକୁ ଝଟକା, ୧୫ ହଜାର ସହଯୋଗୀଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପଟିଦାର ସମାଜ ନେତା ହାର୍ଦ୍ଦିକ ପଟେଲ ଜୁନ୍ ୨ ତାରିଖରେ ବିଜେପିରେ ସାମିଲ ହେବେ। ପୁର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି। ସେ କଂଗ୍ରେସରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀରେ ଥିଲେ, କିନ୍ତୁ ପାର୍ଟିରେ ଉପକ୍ଷା କରାଯାଉଥିବା କହି ସେ ତାଙ୍କର ଅସନ୍ତୋଶ ବ୍ୟକ୍ତ କରିଥିଲେ। ଗାନ୍ଦୀନଗର ସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେବେ। ଖବର ସରବରାହ ସଂସ୍ଥା ଏଏନଆଇ ସହ ଆଲୋଚନା କରି ସେ ଏହି ବିଷୟରେ ସୂଚନା ଦେଇଛନ୍ତି।

ଏହି ସମୟରେ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ସିଆର ପାଟିଲ ଉପସ୍ତିତ ରହିବେ ଏବଂ ତାଙ୍କୁ ବିଜେପି ସାମିଲ କରିବେ। ହାର୍ଦ୍ଦିକ ବିଜେପିରେ ସାମିଲ ହେବା ପରେ ଦଳକୁ ପଟିଦାର ସମାଜକୁ ନିଜ ପକ୍ଷକୁ ଆଣିବାରେ ସାହାଯ୍ୟ ମିଳିବ। କୁହାଯାଉଛି ଯେ, ହାର୍ଦ୍ଦିକ ତାଙ୍କ ସହ ୧୫ ହଜାର ସହଯୋଗୀଙ୍କ ସହ ବିଜେପିରେ ସାମିଲ ହେବେ। କୁହାଯାଉଥିଲ ଯେ, କଂଗ୍ରେସରେ ଯୋଗ ଦେବା ପରେ ପାର୍ଟି ଆଶା କରୁଥିଲା ଯେ, ଦଳକୁ ପଟିଦାର ସମାଜର ସମର୍ଥନ ମିଳିବ। ତେବେ ପୁର୍ବ ଅପେକ୍ଷା ଭଲ ପ୍ରଦର୍ଶନ ପରେ ମଧ୍ୟ ଦଳ ବହୁମତରୁ ପଛରେ ରହିଯାଇଥିଲା।

ଗୁଜରାଟରେ ୨୦୧୫ରେ ହୋଇଥିବା ପଟିଦାର ଆନ୍ଦୋଳନରେ ହାର୍ଦ୍ଧିକ ପ୍ରମୁଖ ଚେହେରା ଥଲେ। ବର୍ତ୍ତମାନ ସେ ବିଜେପିକୁ ଯିବା ପରେ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହା ଏକ ବଡ଼ ଝଟକା। ନେତାଙ୍କ ବାରମ୍ବାର ବହିଷ୍କାର ସହିତ ଏହା ପୂର୍ବରୁ ସଂଗ୍ରାମ କରୁଛି । ତେବେ ହାର୍ଦ୍ଦିକ ପଟେଲଙ୍କ ସମ୍ପର୍କରେ ବିଜେପି ପକ୍ଷରୁ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ଅନ୍ୟପକ୍ଷରେ ପାଟିଦାର ଆନ୍ଦୋଳନ ସମୟରେ ଏକ ମାମଲା ସମ୍ପର୍କରେ କୋର୍ଟଙ୍କୁ ହାର୍ଦ୍ଦିକଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଥିଲା। ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ରାସ୍ତା ମଧ୍ୟ ସଫା ହୋଇଯାଇଛି। ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପଟେଲ ବିଜେପି ଟିକେଟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

Get real time updates directly on you device, subscribe now.