fbpx

ଭାରତୀୟ ମୁଦ୍ରାରୁ ହଟିଯିବ ଗାନ୍ଧିଙ୍କ ଫଟୋ, ଲାଗିବ କଲାମ ଓ ଟାଗୋରଙ୍କ ଫଟୋ: ଏହା କେତେଦୂର ସତ, ଜାଣନ୍ତୁ ଏନେଇ କ’ଣ କହିଲା RBI

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଯିବା ନେଇ ନୂଆ ଅପଡେଟ୍ ଆସିଛି । ଗାନ୍ଧିଙ୍କ ଫଟୋ ପରିବର୍ତ୍ତନ ନେଇ କୌଣସି ବିଚାର କରାଯାଇ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆ) ପକ୍ଷରୁ ଏନେଇ କୁହାଯାଇଛି ଯେ, ଗାନ୍ଧିଙ୍ଗ ଚେହେରାକୁ ବଦଳାଇ ଅନ୍ୟ ବ୍ୟକ୍ତିଙ୍କୁ ସ୍ଥାନିତ କରିବା ନେଇ କୌଣସି ଆଲୋଚନା କରାଯାଇ ନାହିଁ । ଗାନ୍ଧିଙ୍କୁ ହଟାଇ ରବିନ୍ଦ୍ରନାଥ ଟାଗୋର ଓ ଏପିଜେ ଅବଦୁଲ କାଲାମଙ୍କ ଫଟୋ ଲଗାଯିବା ନେଇ ହେଉଥିବା ଚର୍ଚ୍ଚା ଭୁଲ୍ ଅଟେ । କିଛି ମିଡ଼ିଆରେ ଏ ବାବଦରେ ରିପୋର୍ଟ ପ୍ରକାଶ ପାଇବା ପରେ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ୍ ରିଲିଜ କରାଯାଇ ସଠିକ୍ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଭାରତୀୟ ମୁଦ୍ରାରେ ଗାନ୍ଧିଙ୍କ ଫଟୋ ହଟାଇ ତାଙ୍କ ସ୍ଥାନରେ ଟାଗୋର ଓ କଲାମଙ୍କ ଫଟୋ ଲଗାଯିବା ନେଇ ଚର୍ଚ୍ଚା ହେଉଥିଲା । ରିପୋର୍ଟରେ କୁହାଯାଇଥିଲା କି, ଗାନ୍ଧିଙ୍କ ଫଟୋ ପରିବର୍ତ୍ତନ ପାଇଁ ଅର୍ଥ ମନ୍ତ୍ରଣାଳୟ ଓ ଆରବିଆଇ ଖୁବଶୀଘ୍ର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଥିପାଇଁ ଦୁଇଟି ସେଟ ପ୍ରସ୍ତୁତ କରାଯାଇଥିବା ବେଳେ ଦିଲ୍ଲୀ ଆଇଆଇଟିର ଏମେରିଟସ ପ୍ରଫେସର ଦିଲୀପ ଟି ଶାହନୀଙ୍କୁ ତାହା ପଠାଯାଇଥିଲା ।

ତେବେ ପଠାଯାଇଥିବା ଦୁଇ ସେଟ ମଧ୍ୟରୁ ଗୋଟିଏ ସେଟକୁ ବାଛିବା ପାଇଁ ପ୍ରଫେସର ଶାହନୀଙ୍କୁ କୁହାଯାଇଥିଲା । ଏହାପରେ ଶାହନୀ ବାଛିଥିବା ସେଟକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ ବୋଲି ରିପୋର୍ଟରେ କୁହାଯାଇଥିଲା । ତେବେ ଆରବିଆଇ ପକ୍ଷରୁ ସୂଚନା ଜାରି ପରେ ଏହି ମିଥ୍ୟା ରିପୋର୍ଟ ଉପରୁ ପରଦା ହଟିଯାଇଛି । କୌଣସି ଭାରତୀୟ ମୁଦ୍ରାରୁ ଗାନ୍ଧିଙ୍କ ଫଟୋ ହଟିବା ନେଇ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ନାହିଁ ।

Get real time updates directly on you device, subscribe now.