fbpx

୭୬ ହଜାର କୋଟି ଟଙ୍କାର ସ୍ୱଦେଶୀ ହତିଆର କିଣିବା ପାଇଁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ୭୬ ହଜାର କୋଟିରୁ ଅଧିକ ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏହି ଅର୍ଥରାଶିରେ ସ୍ୱଦେଶୀ ହତିଆର କିଣିବା ପାଇଁ ଅନୁମତି ମିଳିଛି ।

ସୂଚନା ଅନୁସାରେ, ଭାରତୀୟ ସେନାରେ ବିଭିନ୍ନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର କିଣାଯିବା ପାଇଁ ଏକ ବୈଠକରେ ଅନୁମୋଦନ ମିଳି ସାରିଛି । ଏଥିପାଇଁ ମୋଟ ୭୬,୩୯୦କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରକ୍ଷା ଅଧିଗ୍ରହଣ ପରିଷଦ ବୈଠକ । ଏହି ଅର୍ଥରାଶିରେ ରଫ ଟେରେନ ଫୋର୍କଲିଫ୍ଟ ଟ୍ରକ, ପୋଲ ପ୍ରସ୍ତୁତକାରୀ ଟ୍ୟାଙ୍କ, ଚକ ଚାଳିତ ଅସ୍ତ୍ର, ଆଣ୍ଟି ଟ୍ୟାଙ୍ଗ ଗାଇଡେଡ ମିଶାଇଲ ଏବଂ ବେପନ ଲୋକେଟିଙ୍ଗ ରାଡାରର ଡେଭଲପମେଣ୍ଟ, ଉତ୍ପାଦନ ଏବଂ କିଣାଯାଇ ପାରିବ ।

ଏହି ପ୍ରସ୍ତାବ ଜରିଆରେ ନୌସେନାର ପରବର୍ତ୍ତୀ ପିଢୀର କର୍ଭେଟ ବିକାଶ ପାଇଁ ମଧ୍ୟ କାର୍ଯ୍ୟ କରାଯିବ । ଏଥି ପାଇଁ ମୋଟ ୩୬ହଜାର କୋଟି ଟଙ୍କାର ମୂଲ୍ୟ ଦିଆଯିବ । ଏହା ସହିତ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ ଦ୍ୱାରା ସୁଖୋଇ-୩୦, ଏମକେଆଇ ଏବହ ଡୋର୍ନିୟର ବିମାନର ଏରୋ ଇଞ୍ଜିନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଥିବା ରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛି ।

Get real time updates directly on you device, subscribe now.