fbpx

ବୈଜ୍ଞାନିକଙ୍କ ଅଦ୍ଭୂତ କରିସ୍ମା: ୨୪ ହଜାର ବର୍ଷ ପରେ ପୁନର୍ଜୀବନ ପାଇଲା ଏକ କ୍ଷୁଦ୍ର ଜୀବ

ନୂଆଦିଲ୍ଲୀ: ଗୋଟିଏ ଜୀବକୁ ମୃତ୍ୟୁ ପରେ ବଞ୍ଚାଇବା କ’ଣ ସମ୍ଭବ? ଉତ୍ତର ହେଉଛି ହଁ । ବୈଜ୍ଞାନିକମାନେ ଏପରି କିଛି କରି ଦେଖାଇଛନ୍ତି । ବୈଜ୍ଞାନିକମାନେ ଗୋଟିଏ ଜୀବକୁ ୨୪ ହଜାର ବର୍ଷ ପରେ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ଗତବର୍ଷ ଏନେଇ ଏକ ରିସର୍ଚ୍ଚ କରାଯାଇଥିଲା । ପ୍ରାଚୀନ ଜୀବଙ୍କୁ ପୁନର୍ବାର ଜିବିତ କରାଇବା ଉକ୍ତ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

ଜଣାପଡ଼ିଛି ଯେ, ୨୪ ହଜାର ବର୍ଷ ପୂର୍ବେ ଏକ ଜୀବକୁ ବରଫରେ କବର ଦିଆଯାଇଥିଲା । ବୈଜ୍ଞାନିକମାନେ ଯେଉଁ ଜୀବକୁ ଜୀବିତ କରିଥିଲେ, ତାହା ଏକ ବିଡେଲୟର୍ଡ ରୋଟିଫର୍ସ ଥିଲା । ତେବେ ଏହି ଜୀବଟି ବିପରୀତ ମୌସମରେ ସର୍ଭାଇବ କରିବାର କ୍ଷମତା ରଖିଥିଲା ।

ଶୁଖିଲା, ଭୟଙ୍କର ସର୍ଦ୍ଦି, ଭୋକ ଏପରିକି କମ୍ ଅକ୍ସିଜେନରେ ମଧ୍ୟ ଉକ୍ତ ଜୀବଟି ବଞ୍ଚିପାରେ । ମାତ୍ର ତାର ଶରୀରର ଗତିବିଧି ହୁଏ ନାହିଁ, ତାହା ଏକ ସ୍ଥାନରେ କେବଳ ପଡ଼ିରହେ । ଜଣେ ମଣିଷ କୋମାରେ ରହିବା ପରେ ଜୀବଟି ପଡ଼ି ରହିଥାଏ । ଏପରି ତାକୁ ପୁନର୍ବାର ଜିବିତ କରାଇବା ମୁସ୍କିଲ ଥିଲା । ବୈଜ୍ଞାନିକଙ୍କର ରିପୋର୍ଟକୁ ଆଧାର କରି ପ୍ରକାଶିତ ହୋଇଥିବା ଏକ ବାୟୋଲୋଜି କଣ୍ଟେଣ୍ଟ ଅନୁଯାୟୀ, ସାଇବେରିଆର ପର୍ମାଫ୍ରଷ୍ଟର ୧୧.୫ ଫୁଟ ଗଭୀରରୁ ନମୂନା ସଂଗ୍ରହ କରାଯାଇଥିଲା । ତା’ପରେ ଉକ୍ତ ସୂକ୍ଷ୍ମ ଜୀବକୁ ଜୀବିତ କରାଇବା ନେଇ ପ୍ରୟାସ କରାଯାଇଥିଲା । ତେବେ ଜୀବଟି ୨୪ ହଜାର ବର୍ଷ ପରେ କେବଳ ଜୀବନ ପାଇନଥିଲା, ପ୍ରଜନନ ମଧ୍ୟ କରିଥିଲା ।

Get real time updates directly on you device, subscribe now.