fbpx

ଜେଲରେ ମୁଖତାର ଅନସାରୀର ଚର୍ଚ୍ଚା କରିବା ପଡ଼ିଲା ମହଙ୍ଗା: ଡେପୁଟି ଜେଲର ସମେତ ୫ ପୋଲିସ କର୍ମଚାରୀ ସସପେଣ୍ଡ୍

ବାନ୍ଦା: ମାଫିଆ ମୁଖତାର ଅନସାରୀର ଚର୍ଚ୍ଚାର କରିଥିବା ଡେପୁଟି ଜେଲର ସମେତ ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ସୋମବାର ଦିନ ଡିଏମ ଅନୁରାଗ ପଟେଲ ଓ ଏସପି ଅଭିନନ୍ଦନ ପୋଲିସ ଫୋର୍ସ ସହ ଅଚାନକ୍ ଯାଞ୍ଚ ପାଇଁ ବାନ୍ଦା ମଣ୍ଡଳ ଜେଲରେ ପହଞ୍ଚିଥିଲେ । ଏହି ସମୟରେ ଗେଟ୍ ବନ୍ଦ ହେବା କାରଣରୁ ତାଙ୍କୁ ପ୍ରାୟ ୧୫ ମିନିଟ୍ ଅପେକ୍ଷା କରିବାକୁ ପଡିଥିଲା । ଫଳରେ ସେମାନେ କ୍ରୋଧିତ ହୋଇଥିଲେ ଓ ଜେଲରେ କୌଣସି ଆପତ୍ତିଜନକ ସ୍ଥିତିର ଆଶଙ୍କା କରିଥିଲେ ।

ତେବେ ସୋମବାର ରାତି ପ୍ରାୟ ୯ଟାରେ ବାନ୍ଦା ଜିଲ୍ଲାର ଡିଏମ ଓ ଏସପି ପୋଲିସ ଫୋର୍ସ ସହ ଜେଲରେ ଅଚାନକ୍ ଚେକିଂ ପାଇଁ ପହଞ୍ଚିଥିଲେ । ସେହି ସମୟରେ ଜିଲ୍ଲା ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା । ଜେଲରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରାୟ ୧୫ ମିନିଟ ଅପେକ୍ଷା କରିବାକୁ ପଡିଥିଲା । ତାଲା ଖୋଲିବା ପରେ ଉଭୟ ଅଫିସର ଜେଲ ପରିସରକୁ ଯାଞ୍ଚ କରିଥିଲେ । ମୁଖତାର ଅନସାରୀ ବ୍ୟାରିକେଡରେ ଆମ୍ବ ଓ ଅନ୍ୟ କିଛି ସାମଗ୍ରୀ ଥିବା ସେମାନେ ଦେଖିବାକୁ ପାଇଥିଲେ ।

मुख्तार अंसारी के VIP ट्रीटमेंट में डिप्टी जेलर समेत 5 जेलकर्मी सस्पेंड,  रसूख इतना कि DM-SP को पंद्रह मिनट गेट पर करना पड़ा इंतजार - Mukhtar Ansari  VIP ...

ଏହା ସହ ମୁଖତାର ସୁରକ୍ଷା ସହ ଜଡ଼ିତ ଜେଲ କର୍ମଚାରୀମାନେ ବିନା ପୋଷାକରେ ଥିବା ଦେଖିବାକୁ ପାଇଥିଲେ । ଉଭୟ ଅଫିସର ପ୍ରାୟ ୧.୩୦ ଘଣ୍ଟାରୁ ଅଧିକ ସମୟ ଯାଞ୍ଚ କରିଥିଲେ । ଘଟଣାର ଯାଞ୍ଚ କରିବା ଉଭୟ ଅଫିସର ଏକ ରିପୋର୍ଟ ପ୍ରଶାସନକୁ ପଠାଇଥିଲେ । ରିପୋର୍ଟ ଅନୁସାରେ, ଡେପୁଟି ଜେଲର ବିରେଶ୍ୱର ପ୍ରତାପ ସିଂହ ସମେତ ୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ଡିଜି ଜେଲ ଆନନ୍ଦ କୁମାର ।

Get real time updates directly on you device, subscribe now.