fbpx

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ବେଢା ପରିସରର ଫଟୋ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ପୁରୀ(ଓଡ଼ିଶା ଭାସ୍କର): ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ପରିସରର ଫଟୋ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦ ଥମି ନଥିବା ବେଳେ ଶ୍ରୀମନ୍ଦିର ପରିସରର ଫଟୋ ଫେସବୁକରେ ଭାଇରାଲ ହେବାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ପ୍ରବେଶ ଦ୍ୱାରରେ ସମସ୍ତଙ୍କୁ ଯାଞ୍ଚ କରି ଛଡ଼ା ଯାଉଥିବା ବେଳେ ମନ୍ଦିର ଭିତରକୁ ମୋବାଇଲ କିପରି ଗଲା?

ଫେସବୁକରେ ଶ୍ରୀମନ୍ଦିର ବେଢାର ୧୦ରୁ ଅଧିକ ଫଟୋ ଭାଇରାଲ ହୋଇଛି। ସଞ୍ଜୟ ପାଢୀ ଶର୍ମା ନାମକ ଜଣେ ବ୍ୟକ୍ତି ଗତ କାଲି ନିଜ ଫେସବୁକ ଆକାଉଣ୍ଟରୁ ଶୀମନ୍ଦିର ପରିସରର ୧୦ରୁ ଅଧିକ ଫଟୋ ପୋଷ୍ଟ କରିଥିଲେ। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲଫି ଉଠାଇ ଫେସବୁକରେ ପୋଷ୍ଟ କରିଛନ୍ତି ସଞ୍ଜୟ। ଏହି ସେଲଫିରେ ତାଙ୍କ ସହ ଆଉ ଜଣେ ବ୍ୟକ୍ତି ଥିବାର ଦେଖିବାକୁ ମିଳିଛି। ତେବେ ଶ୍ରୀମନ୍ଦିରର ସୁରକ୍ଷା ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି। ଏତେ କଡାକଡି ଯାଞ୍ଚ ହେବା ସତ୍ତେ୍ୱ ମୋବାଇଲ ଭିତରକୁ ଗଲା କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡିଆରେ ବାରମ୍ବାର ଭାଇରାଲ ହେଉଥିବାର ଦେଖିବାକୁ ମିଳୁ ଥିଲେ ମଧ୍ୟ ପ୍ରଶାସନ ଏଥି ପ୍ରତି କୌଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଅଭିଯୋଗ ଆଣିଛନ୍ତି।

Get real time updates directly on you device, subscribe now.