fbpx

ଭୁବନେଶ୍ୱରରେ ପହଞ୍ଚିଲେ ୨ ଦେଶର ଖେଳାଳି: ଆଉ ଦିନକ ପରେ ଟି୨୦ ମ୍ୟାଚ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ପହଞ୍ଚିସାରିଛନ୍ତି ୨ ଦେଶର ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ ହୋଟେଲ ଅଭିମୁଖେ ବାହାରିଛି ଖେଳାଳିଙ୍କ ବସ୍ । ସ୍ୱତନ୍ତ୍ର ବସ ଯୋଗେ ଯିବେ ହୋଟେଲ ମେ’ଫେୟାର ଯାଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଟିମର ଖେଳାଳି । ଖେଳାଳିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ତେବେ ଆଉ ଦିନକ ପରେ ବାରବାଟୀରେ ଅଛି ଟି୨୦ ମ୍ୟାଚ, ଯେଉଁଥିପାଇଁ ଉଭୟ ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ଦ୍ୱିତୀୟ ଟି୨୦ ମ୍ୟାଚ୍ ହେବ । ଖେଳାଳିଙ୍କ ସୁରକ୍ଷା ଏବଂ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ରହଣି ପାଇଁ ମେ ଫେୟାର ପ୍ରସ୍ତୁତ ରହିଛି । ଖେଳାଳିଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ। ଖେଳାଳି ପହଁଚିବା ପୂର୍ବରୁ ଭୁବନେଶ୍ୱର ଡିସିପି ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । କିଭଳି ଖେଳାଳିଙ୍କୁ କର୍ଡନ କରି ହୋଟେଲ ପର୍ଯ୍ୟନ୍ତ ନିଆଯିବ ସେ ନେଇ ରୁଟ୍ ମ୍ୟାପ ପ୍ରସ୍ତୁତ କରିଥିଲେ । ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ମୁତୟନ ହୋଇଛନ୍ତି ପୋଲିସ ।

ସେହିପରି ଭାରତୀୟ ପ୍ଲେୟାରଙ୍କୁ ଅଏଲ ଫ୍ରି ଏବଂ ଫ୍ୟାଟ୍ ଫ୍ରି ଖାଦ୍ୟ ପରସିବା ପାଇଁ ବିସିସିଆଇରୁ ଅର୍ଡର ଆସିଛି । ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ କଣ୍ଟିନେଣ୍ଟାଲ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଦୁଇ ଦେଶର ପ୍ଲେୟାର ୧୦ ତାରିଖରେ ଭୁବନେଶ୍ବରରେ ପହଞ୍ଚି ରେଷ୍ଟ ନେବେ । ୧୧ ତାରିଖରେ ବାରବାଟୀରେ ପ୍ରାକ୍ଟିସ କରିବେ । ୧୨ରେ ମ୍ୟାଚ୍ ଏବଂ ୧୩ ତାରିଖ ୧୧ଟା ସୁଦ୍ଧା ଖେଳାଳିମାନେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.