fbpx

ବାରବାଟୀ ମ୍ୟାଚ ପାଇଁ ବ୍ୟାପକ ବ୍ୟବସ୍ଥା: MO BUS ଯୋଗାଇବ ସ୍ୱତନ୍ତ୍ର ସେବା

କଟକ(ଓଡ଼ିଶା ଭାସ୍କର): ଜୁନ୍ ୧୨ ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି । ମ୍ୟାଚ ପାଇଁ ଟିକେଟ୍ ମଧ୍ୟ ବିକ୍ରି ସରିଲାଣି ।

ଏହାରି ମଧ୍ୟରେ ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ସେବା ଯୋଗାଇବାକୁ ଯାଉଛି ମୋ ବସ୍ । ମ୍ୟାଚ୍ ପାଇଁ ୨ ଟି ସ୍ୱତନ୍ତ୍ର ରୁଟରେ ଭୁବନେଶ୍ୱରରୁ ବାରବାଟୀ ଚାଲିବ ମୋ ବସ୍ । ଗୋଟିଏ ରୁଟ୍ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ୍ ପହଞ୍ଚିବାବେଳେ ଅନ୍ୟଟି ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ୍ ପହଞ୍ଚିବ । ଏହି ସ୍ୱତନ୍ତ୍ର ସେବା ପାଇଁ ମୋ ବସର ଭଡ଼ା ୪୦ ଟଙ୍କା ରଖାଯାଇଛି । ଏନେଇ ଶୁକ୍ରବାର କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ବାରବାଟୀ ମ୍ୟାଚ ପାଇଁ ୬୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମ୍ୟାଚ ପାଇଁ ସୁରକ୍ଷା ଦାୟିତ୍ୱରେ ରହିବେ ୪ ଡିସିପି, ୭ ଅତିରିକ୍ତ ଡିସିପି ଏବଂ ୨ ଶହ ଅଫିସର, ୪ କ୍ୱିକ୍ ଆକ୍ସନ ଟିମ୍ ମୁତୟନ ହୋଇଛନ୍ତି । ଏନେଇ ଆଜି ପୋଲିସ କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.