fbpx

ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାକ୍ଷେତ୍ରରେ ପୁଣି ଆଗକୁ ବଢ଼ିବ ଓଡ଼ିଶା । ରାଜ୍ୟର ଗରିବ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ସହଜରେ ଶିକ୍ଷାଲାଭ କରିପାରିବେ । ଓଡ଼ିଶାରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଜଣାପଡ଼ିଛି ଯେ, କୋଲ୍ ଇଣ୍ଡିଆର ସହଯୋଗରେ ରାଜ୍ୟରେ ଆଉ ୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ନେଇ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ଅଟନ୍ତି । ତେବେ ନବୋଦୟ, କେନ୍ଦ୍ରୀୟ ଓ ଏକଲବ୍ୟ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ଲକ୍ଷ୍ୟ ସ୍ୱପ୍ନ ପୂରଣ ସମ୍ଭବ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ କେନ୍ଦ୍ର ସରକାର କୋଭିଡ୍ ଅନାଥଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିଥିଲେ । କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାମାନେ କିଭଳି ମାଗଣାରେ ଶିକ୍ଷାଲାଭ କରିପାରିବେ, ସେଥିପାଇଁ ସରକାର ଏମପି କୋଟା ଉଠାଇ ଦେଇଥିଲେ । ଏହାଫଳରେ ବର୍ଷକୁ ୧୦ ଜଣ କୋଭିଡ ଅନାଥ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇବା ସହ ବର୍ଷକୁ କେଭିରେ ଗୋଟିଏ ଶ୍ରେଣୀରେ ୨ ଜଣ ନାମଲେଖାଇ ପାରିବେ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.