fbpx

ନ୍ୟାସନାଲ ହେରାଲ୍ଡ ମାମଲା: ଆଜି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ-ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଚୁକ୍ତି ସମ୍ବନ୍ଧିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଇଡିରେ ହାଜର ହେବେ । ରାଜନୈତିକ ଉଦ୍ଦେଶ୍ୟ ରଖି ଇଡି ଜରିଆରେ ନୋଟିସ୍ ଦିଆଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଇଡିର ସମନକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ସତ୍ୟାଗ୍ରହ କରିବ । କିନ୍ତୁ ଦିଲ୍ଲୀରେ କଂଗ୍ରେସର ପଦଯାତ୍ରାକୁ ଦିଲ୍ଲୀ ପୋଲିସ ଅନୁମତି ଦେଇନାହିଁ ।

ଅନ୍ୟପଟେ ରାଜନୀତି ନ କରି ଇଡି ଆଗରେ ହାଜର ହୋଇ ରାହୁଲ ସମସ୍ତ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି ବିଜେପି କହିଛି । ସେହିପରି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଇଡି ଏକ ନୂଆ ସମନ ଜାରି କରିଛି । ଜୁନ୍ ୨୩ ତାରିଖରେ ପଚରାଉଚରା ପାଇଁ ତାଙ୍କୁ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି । ସେପଟେ କଂଗ୍ରେସ ନିଜର ସାଂସଦ ଓ ସଦସ୍ୟଙ୍କୁ ସୋମବାର ଦିଲ୍ଲୀରେ ହିଁ ରହିବାକୁ ନିର୍ଦ୍ଦେଶ ଦେଇଛି ।

Get real time updates directly on you device, subscribe now.