fbpx

ପ୍ରତିଶୋଧ ନିଆଁରେ ବେଙ୍ଗ ବି କରିପାରେ Weight Lifting : ଦେଖନ୍ତୁ ଭାଇରାଲ ଭିଡିଓ

ଭାଇରାଲ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହେଉଛି । କିଛି ଆମକୁ ଶିକ୍ଷା ଦେଇଯାଏ ତ ଆଉ କିଛି ମନୋରଞ୍ଜନର ଖୋରାକ ଯୋଗାଇ ଦେଇଥାଏ । ସେହିଭଳି ଭିଡିଓ ଏବେ ସୋସିଆଲ ମିଡିଆରୁ ମିଳିଛି । ଜିମ ଯିବା କିମ୍ବା ବଡି ବନାଇବା ଅନେକ ଲୋକଙ୍କର ଗୋଟିଏ ଖାସ ଅଭ୍ୟାସ । ନିଜ ଶରୀରକୁ ଏକ ସୁନ୍ଦର ଗଢଣୀ ଦେବା ସେମାନଙ୍କର ରୂଚି ।

ତେବେ ଏ ତ ଥିଲା ମଣିଷଙ୍କ କଥା । କିନ୍ତୁ ପଶପକ୍ଷୀମାନେ ବି କଣ ନିଜ ସୁସ୍ଥ ରହିବା ପାଇଁ ଜିମ ଯାଆନ୍ତି । ଆପଣ ଭାବିବେ କି ଅଜବ କଥା ପଶୁ ପକ୍ଷୀ ଜିମ କେମିତି ଯିବେ? କିନ୍ତୁ ସୋସିଆଲ ଭିଡିଓରୁ ମିଳିଥିବା ଏହି ଭିଡିଓ ଆପଣଙ୍କୁ ଚମକାଇ ଦେବ ।

ଭିଡିଓଟିରେ ଗୋଟିଏ ବେଙ୍ଗ Weight Lifting କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓର କ୍ୟାପ୍ସନରେ ଲେଖାଯାଇଛି, ଠୁକରା କେ ମେରା ପ୍ୟାର, ମେରା ଇନ୍ତେକାମ ଦେଖେଗି… । ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଏହାକୁ ଦେଖିବା ସହ ପସନ୍ଦ ମଧ୍ୟ କରିଛନ୍ତି । କିନ୍ତୁ ଅନେକ ୟୁଜର ଏହାକୁ ଦେଖି ରାଗି ଯାଇଛନ୍ତି ।

ଭିଡିଓଟି ଦେଖିବା ପାଇଁ ଖୁବ ମଜାଦାର ଲାଗୁଛି ସତ । କିନ୍ତୁ ଟିକିଏ ଭଲଭାବରେ ଦେଖିଲେ ଜଣାପଡୁଛି ଯେ, ଏହି ନିରୀହ ବେଙ୍ଗଟିର ହାତ ରସିଦ୍ୱାରା ଜୋର କରି ବାନ୍ଧି ଦିଆଯାଇଛି । ଯାହାକୁ ଅନେକ ପଶୁପ୍ରେମୀ ବିରୋଧ କରିଛନ୍ତି । ମଜା କରିବା ଭିତରେ ବେଙ୍ଗର କଷ୍ଟ କାହାକୁ ନଜର ଆସୁନି ବୋଲି କିଛି ୟୁଜର ପ୍ରଶ୍ନ କରିଛନ୍ତି । ଏମିତି କରିବା ଏକ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ଅନେକ ୟୁଜର ।

Get real time updates directly on you device, subscribe now.