fbpx

ଏଥର ତାତିରୁ ମିଳିବ ମୁକ୍ତି: ଏହି ତାରିଖରୁ ଓଡିଶାରେ ପ୍ରବେଶ କରିବ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲୋକମାନଭ୍କୁ ଅଥୟ କରି ସାରିଲାଣି । କିନ୍ତୁ ଏବେ ଏହି ଗରମର ଦିନ ଶେଷ ହେବାକୁ ଯାଉଛି । ଆସନ୍ତା ୨-୩ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ । ଏ ନେଇ ଭାରତୀୟ ପାଣିପାଗ ତରଫରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୌସୁମୀ ପ୍ରଭାବରେ ତାତିରୁ ମୁକ୍ତି ପାଇବେ ବୋଲି ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।

ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୫ କିମ୍ବା ୧୬ ତାରିଖ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବାୟୁ । ଆସନ୍ତା ଦିନେ କି ୨ ଦିନ ମଧ୍ୟରେ ମୌସୁମୀ ଓଡିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମୌସୁମୀ ପ୍ରଭାବରେ ପ୍ରଥମେ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମୌସୁମୀ ଆସିଲେ ରାଜ୍ୟରେ ଚାଲିଥିବା ପ୍ରବଳ ତାତିର ଦାଉରୁ ରକ୍ଷା ମିଳିବ ବୋଲି ରାଜ୍ୟବାସୀ ଆଶା କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି ।

Get real time updates directly on you device, subscribe now.