fbpx

ୟୁପିରେ ଯୋଗୀଙ୍କ ବୁଲଡୋଜର ଅଟକିଯିବ କି, ଆସନ୍ତାକାଲି ସୁପ୍ରିମକୋର୍ଟ କରିବେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ଷ୍ଟୋରୀ କାହାକୁ ବା ଅଜଣା । ଏହି ବୁଲଡୋଜର ଅନେକ ବେଆଇନ ଘରକୁ ନିମିଷକ ମଧ୍ୟରେ ଧୂଳିସାତ କରିଦେଇଥିଲା । ତେବେ ଅପରାଧୀଙ୍କ ବେଆଇନ ସମ୍ପତ୍ତି ଉପରେ ବୁଲଡୋଜର ମାଡ଼ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବୁଲଡୋଜର ଉପରେ ରୋକ ଲଗାଇବା ପାଇଁ ସର୍ବୋଚ୍ଚ ଅଦାଲତରେ ୟାଚିକା ଦାୟର ହୋଇଥିଲା । ଏଥିସହିତ ଦିଲ୍ଲୀର ଜହାଙ୍ଗୀରପୁରୀ ମାମଲାରେ ମସଜିଦ ପରିସରରେ ବୁଲଡୋଜର ଚଲାଇବାକୁ ନେଇ ମଧ୍ୟ ଶୁଣାଣି କରାଯିବ ।

ଆବେଦକ ଉଲେମା-ଏ-ହିନ୍ଦଙ୍କ ପକ୍ଷରୁ ଆଗତ ଦୁଇଟି ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ଜଷ୍ଟିସ ଏ.ଏସ ବୋପନ୍ନା ଓ ଜଷ୍ଟିସ ବିକ୍ରମ ନାଥଙ୍କ ବେଞ୍ଚ ଏହି ୟାଚିକାଗୁଡ଼ିକର ଶୁଣାଣି କରିବେ । ପ୍ରୟାଗରାଜରେ ଜାଭେବ ଅହମ୍ମଦଙ୍କ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଉଲେମା-ଏ-ହିନ୍ଦ ସୁପ୍ରିମକୋର୍ଟରେ ୟାଚିକା ଦାୟର କରିଥିଲେ ।

ତେବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି ଯେ, ୟୁପି ସରକାର ଯେପରି ଉଚିତ ପ୍ରକ୍ରିୟାର ପାଳନ କରିବେ, ସେଥିପାଇଁ କୋର୍ଟ ନିର୍ଦ୍ଦେଶ ଦେବା ଦରକାର । ୟୁପି ସରକାରଙ୍କ ଦ୍ୱାରା ଅଧିନିୟମିତ କାନୁନ ଓ ନଗରପାଳିକା କାନୁନର ଉଲ୍ଲଂଘନ କରାଯାଇ ଅନେକ ଘର ଧ୍ୱଂସ୍ତବିଧ୍ୱସ୍ତ କରାଯାଇଛି । ଏହି ମାମଲାରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।

Get real time updates directly on you device, subscribe now.