fbpx

ହତ୍ୟା ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଝିଅ ଗିରଫ

ଚଣ୍ଡିଗଡ଼(ଓଡ଼ିଶା ଭାସ୍କର): ଛଅ ବର୍ଷ ପୂର୍ବେ ଚଣ୍ଡିଗଡ଼ରେ ଜାତୀୟ ସ୍ତରର ସୁଟର ତଥା ଓକିଲ ସୁଖମନପ୍ରୀତ ସିଂ ଆକା ସିପି ସିଦ୍ଧୁଙ୍କ ହତ୍ୟାକାରୀଙ୍କୁ ଗିରଫ କରିଛି। ଏହି ହତ୍ୟା ମାମଲାରେ ସିବିଆଇ ବୁଧବାର ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ସବିନା ସିଂହଙ୍କ ଝିଅ କଲ୍ୟାଣୀ ସିଂହଙ୍କୁ ଗିରଫ କରିଛି। ସୁଖମନପ୍ରୀତ ସିଂହ ସିଧୁଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ କଲ୍ୟାଣୀଙ୍କୁ ଗିରଫ କରାଯାଇଛି।

ସିବିଆଇ କହିଛି ଯେ ଚଣ୍ଡିଗଡ଼ ପ୍ରଶାସନର ଅନୁରୋଧ କ୍ରମେ ୨୦୧୬ ଏପ୍ରିଲ ୧୩ରେ ମାମଲା ରୁଜୁ ପୂର୍ବକ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତର ନାମ ଆସିବାରୁ ତାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ କଲ୍ୟାଣ ସିଂହଙ୍କୁ ଚଣ୍ଡିଗଡ ସ୍ଵତନ୍ତ୍ର ଦୌରାଜଜଙ୍କ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ୪ଦିନ ପାଇଁ ପୁଲିସ ହାଜତକୁ ପଠାଯାଇଛି।

୨୦୧୫ ସେପ୍ଟେମ୍ବର ୨୦ରେ ଚଣ୍ଡିଗଡର ସେକ୍ଟର ୨୯ର ଏକ ପାର୍କ ନିକଟରେ ସୁଖମନପ୍ରୀତ ସିଂହ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଶରୀରରୁ ୪ଟି ଗୁଳି ବାହାରିଥିଲା। ମାତ୍ର ଘଟଣାସ୍ଥଳରୁ ଗୁଳିର କୌଣସି ଖୋକା ଜବତ କରାଯାଇ ନଥିଲା। ଫରେନସିକ୍ ଯାଞ୍ଚ ଆଧାରରେ ଦୁଇଟି ବନ୍ଧୁକରୁ ଗୁଳି ମରାଯାଇଥିଲା ବୋଲି ସିବିଆଇ କହିଛି। ସେହି ସମୟରେ ଏହି ହତ୍ୟା ଘଟଣାକୁ ନେଇ ଜାତୀୟସ୍ତରରେ ଆଲୋଡନ ଦେଖାଯାଇଥିଲା।

Get real time updates directly on you device, subscribe now.