fbpx

ବାରବାଟୀ ଟି-୨୦ ପାସ୍ କେଳେଙ୍କାରୀ; ମୁହଁ ଖୋଲିଲା ଓସିଏ

କଟକ(ଓଡ଼ିଶା ଭାସ୍କର): ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଆଜି ମୁହଁ ଖୋଲିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ବଦନାମ ହେଲେ ଅଭିଯୋଗ କରିବୁ ନାହିଁ । ଆମକୁ କେହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏ ନେଇ ପୋଲିକୁ ମଧ୍ୟ ଅଭିଯୋଗ କରିବାକୁ ନାହିଁ । ପାସ୍ କାହାକୁ ଦେଇଛୁ, ଆଗକୁ ସାର୍ବଜନୀନ କରିବାକୁ କି ନାହିଁ ଚିନ୍ତା କରିବୁ ।

ତେବେ ଏହି ଘଟଣାକୁ ନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଅଭିଯୋଗ ଆସିଲେ ନିଶ୍ଚୟ ତଦନ୍ତ କରାଯିବ । ପାସ୍ ଓସିଏ ଇସ୍ୟୁ କରିଥିଲା, ପୋଲିସ୍ ନୁହେଁ। ସୂଚନାଯୋଗ୍ୟ ଯେ, ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ହୋଇଥିବା ଭାରତ-ସାଉଥ୍ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ହୋଇଥିଲା । ତେବେ ଏଥିରେ ନକଲି ପାସ୍ କାରବାର ନେଇ ଅଭିଯୋଗ ହେଉଛି । ଯାହାକୁ ନେଇ ଚାରିଆଡେ ଜୋରସୋରରେ ଚର୍ଚ୍ଚା ଲାଗିରହିଛି ।

Get real time updates directly on you device, subscribe now.