fbpx

HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିଖବର, FD ଉପରେ ପୁଣି ବଢ଼ିଲା ସୁଧ

ଯଦି ଆପଣ ଏଚଡିଏଫସି ବ୍ୟାଙ୍କର ଗ୍ରାହକ ତେବେ ଏହି ଖବର ପଢ଼ିବା ପରେ ଆପଣ ନିଶ୍ଚୟ ଖୁସିହେବେ । ଆଜ୍ଞା ହଁ  ଏଚଡିଏଫସି ବ୍ୟାଙ୍କ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ଫିକ୍ସ ଡିପୋଜିଟରେ ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କ ୨ କୋଟିରୁ କମ୍ ଟଙ୍କା ଉପରେ ଅଲଗା ଅଲଗା ଅବଧି ର ଫିକ୍ସ ଡିପୋଜିଟ୍ ଉପରେ ବଢ଼ାଯାଇଥିବା ନୂଆ ସୁଧ ଦରକୁ ୧୭ ଜୁନ୍ ୨୦୨୨ ଠାରୁ ଲାଗୁ କରିଛି । ଅର୍ଥାତ୍ ଏଣିକି ଗ୍ରାହକଙ୍କୁ ସେମାନଙ୍କର ଫିକ୍ସ ଡିପୋଜିଟ୍ ଉପରେ ଅଧିକ ସୁଧର ଲାଭ ମିଳିବ ।

ଏଚଡିଏଫସି ବ୍ୟାଙ୍କ ୧ ରୁ ୨ ବର୍ଷ ପର୍ଯ୍ୟନ୍ତ ଏଫଡୀ ଉପରେ ୫.୩୫ ପ୍ରତିଶତ ସୁଧ ଦେଉଛି ଯେତେବେଳେକି ୨ ବର୍ଷରୁ ୩ ବର୍ଷର ଏଫଡୀ ଉପରେ ୫.୫୦ ପ୍ରତିଶତ ସୁଧ ଦେଉଛି । ସେହିପରି ୩ ରୁ ୫ ବର୍ଷ ଏଫଡୀ ଉପରେ ୫.୭୦ ପ୍ରତିଶତ ଏବଂ ୫ ରୁ ୧୦ ବର୍ଷର ଏଫଡୀ ଉପରେ ୫.୭୫ ପ୍ରତିଶତ ସୁଧ ଦେଉଛି । ଦେଶରେ ରହୁଥିବା ବରିଷ୍ଠ ନାଗରିକଙ୍କୁ ସାମାନ୍ୟ ନାଗରିକଙ୍କ ତୁଳନାରେ ୦.୫୦ ପ୍ରତିଶତ ଅତିରିକ୍ତି ସୁଧ ଦିଆଯାଉଛି ।

ସୂଚନାଯୋଗ୍ୟ, ଜୁନ୍ ୮ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ରେଟ୍ ରେ ବୃଦ୍ଧି ହୋଇଛି, ଏଥିପାଇଁ ବିଭିନ୍ନ ଇଏମଆଇ ମଧ୍ୟ ବଢ଼ିଛି । ଫଳରେ ବ୍ୟାଙ୍କମାନେ ନିଜ ଗ୍ରାହକଙ୍କୁ ଆକର୍ଷଣୀୟ ଏଫଡୀ, ଆରଡୀ ଏବଂ ସେଭିଙ୍ଗ ଉପରେ ପୂର୍ବ ଅପେକ୍ଷା ଅଧିକ ସୁଧ ଦେବା ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.