fbpx

WWEରେ ଧମାଲ୍ ମଚିବ: ଜୁଲାଇ ମାସରେ ମୁହାଁମୁହିଁ ହେବେ ରୋମାନ-ବ୍ରୋକ୍

ନୂଆଦିଲ୍ଲୀ: ଡବ୍ଲ୍ୟୁଡବ୍ଲ୍ୟଇ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ସମରସ୍ଲାମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରୋମନ ରେନସ୍ ଓ ବ୍ରୋକ୍ ଲେସନର । ଅନଡିସପ୍ୟୁଟେଡ୍ ୟନିଭର୍ସଲ ଚାମ୍ପିୟନସିପ୍ ପାଇଁ ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ଟକ୍କର ହେବ । ଆସନ୍ତା ଜୁଲାଇ ମାସ ୩୦ ତାରିଖରେ ନୌଶବିଲର ନିସାନ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ ।

ତେବେ ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ‘ଲାଷ୍ଟ ମ୍ୟାନ ଷ୍ଟାଣ୍ଡିଂ’ ମ୍ୟାଚ ଅନୁଷ୍ଠିତ ହେବ । ରେଫରୀ ୧୦ ପର୍ଯ୍ୟନ୍ତ ଗଣିବା ପର୍ଯ୍ୟନ୍ତ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ତଳେ ପକାଇ ରଖିବା ରେସଲରଙ୍କୁ ବିଜୟୀ ଘୋଷଣା କରାଯିବ । ତେବେ ୧୦ ଗଣିବା ପୂର୍ବରୁ ଯଦି କୌଣସି ସୁପରଷ୍ଟାର ନିଜର ଆଣ୍ଠୁ ଉପରେ ବସିପାରିବ, ତେବେ ମ୍ୟାଚ ପୁଣି ଥରେ ଆରମ୍ଭ ହେବ । ମ୍ୟାଚର ବିଜେତାଙ୍କୁ ‘ଲାଷ୍ଟ ମ୍ୟାନ ଷ୍ଟାଣ୍ଡିଂ’ କୁହାଯାଇଥାଏ ।

ତେବେ ଏଥର ସମରସ୍ଲାମରେ କିଏ ଜିତିବା ତାହା ଦେଖିବାକୁ ବହୁତ ମଜାଦାର ହେବ । ବର୍ତ୍ତମାନ ସମୟରେ ରୋମନ ଅନଡିସପ୍ୟୁଟେଡ ୟୁନିଭର୍ସଲ ଚାମ୍ପିୟନ ରହିଛନ୍ତି । ଚଳିତ ବର୍ଷ ରେସଲିଂ ମାନିଆ ୩୮ରେ ଦୁହିଁଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଥିଲା । ସେତେବେଳେ ରୋମନ ବ୍ରୋକଙ୍କୁ ହରାଇ ୟୁନିଭର୍ସଲ ଚାମ୍ପିୟନ ବନିଥିଲେ । ଉକ୍ତ ମ୍ୟାଚ ପରଠାରୁ ବ୍ରୋକଙ୍କୁ ଡବ୍ଲ୍ୟୁଡବ୍ଲ୍ୟୁଇରେ ଦେଖିବାକୁ ମିଳିନଥିଲା ।

Get real time updates directly on you device, subscribe now.