fbpx

ଚିହ୍ନଟ ହେଲା Pegasus ପରି ଆଉ ଏକ Spyware, ବିଭିନ୍ନ ଦେଶର ଲୋକଙ୍କ ଉପରେ ରଖୁଛି ନଜର

ନୂଆଦିଲ୍ଲୀ: ପୁଣି ଆସିଲା ପେଗାସସ୍ ଝଡ଼ । ପେଗାସସ୍ ପରି ଏକ ନୂଆ ସ୍ପାଇୱେୟରକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ଏହି ସ୍ୱାଇୱେୟରର ବ୍ୟବହାର କରାଯାଇ ଲୋକଙ୍କ ଉପରେ ନଜର ରଖାଯାଉଛି । ଅନେକ ଦେଶର ଲୋକଙ୍କର ଫୋନରେ ହରମିଟ ନାମକ ଏକ ସ୍ପାଇୱେୟର ଚିହ୍ନଟ ହୋଇଛି । ତେବେ ଏନେଇ ଅଧିକ ଚର୍ଚ୍ଚା ହେବା ପରେ କିଛି ଦେଶର ସରକାର ଏହି ସଫ୍ଟୱେୟର ଠାରୁ ଦୂରତା ବଜାୟ ରଖିଛନ୍ତି ।

ତେବେ ହରମିଟ୍ ସ୍ପାଇୱେୟରକୁ ବ୍ୟବହାର କରି କିଛି ଦେଶର ଲୋକଙ୍କର ଜାସୁସୀ କରାଯାଉଥିବା ରିପୋର୍ଟରୁ ଜଣାପଡ଼ିଛି । ଏହି ଜାସୁସୀ ଲିଷ୍ଟରେ ମାନବାଧିକାର କାର୍ଯ୍ୟକର୍ତ୍ତା, ସାମ୍ବାଦିକ, ଶିକ୍ଷକ, ସରକାରୀ ସାମିଲ ରହିଛନ୍ତି । ଟାର୍ଗେଟରେ ରହିଥିବା ଲୋକଙ୍କ ଫୋନକୁ ଏସଏମଏସ ପଠାଯାଇ ସ୍ପାଇୱେୟର ସଫ୍ଟୱେୟରକୁ ଇନଷ୍ଟଲ କରାଯାଉଛି । ତେବେ କାଜାଖସ୍ତାନରୁ ସର୍ବପ୍ରଥମେ ଏହି ସ୍ପାଇୱେୟରର ଚିହ୍ନଟ ହୋଇଥିବା କୁହାଯାଉଛି ।

କିଛିଦିନ ପୂର୍ବରୁ ହରମିଟ୍ ସ୍ପାଇୱେୟର ସିରିଆ ଓ ଇଟାଲିର ୟୁଜର୍ସଙ୍କ ଫୋନରେ ଦେଖାଯାଇଥିଲା । କାଜାଖସ୍ତାନ ସରକାରଙ୍କ ପଲିସୀ ବିରୋଧରେ ଆନ୍ଦୋଳନ ହେବା ପରେ ଏହି ସ୍ପାଇୱେୟରକୁ ଚିହ୍ନଟ କରାଯାଇଥିଲା । ତେବେ ଏହି ସ୍ପାଇୱେୟରକୁ ଯେଉଁ ଦୁଇଜଣ ନିର୍ମାଣ କରିଛନ୍ତି ସେମାନଙ୍କର ନାମ ପ୍ରଘଟ କରାଯାଇଛି । ଏହି ସ୍ପାଇୱେୟର ପଛରେ ଏକ ଟେଲିକମ୍ୟୁନିକେସନ ସଲ୍ୟୁଶନ କମ୍ପାନୀ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.