fbpx

ସମଗ୍ର ଦେଶରେ ଲୋକଙ୍କୁ ମିଳିବ ଶସ୍ତା ଚିକିତ୍ସା, ସରକାର ନେଲେ ବଡ଼ ନିଷ୍ପତ୍ତି

ନୁଆଦିଲ୍ଲୀ: ଏଣିକି ଦେଶରେ ଚିିକିତ୍ସା ହେବ ଶସ୍ତା। ଏଥି ପାଇଁ ସରକାର ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି) ନିଷ୍ପତ୍ତି ନେଇଛି କି ଏହାର ସ୍ୱାସ୍ଥ୍ୟ ବୀମା ଯୋଜନା ୨୦୨୨ ବର୍ଷ ଶେଷ ପର୍ଯ୍ୟନ୍ତ ଲାଗୁ ହୋଇପାରେ। ବର୍ତ୍ତମାନ ଇଏସଆଇସି ରାଜ୍ୟ ବୀମା ପୁରା ଦେଶରେ ୪୪୩ ଜିଲ୍ଲ ଏବଂ ଆଶିଂକ ରୂପରେ ୧୫୩ ଜିଲ୍ଲାରେ ଲାଗୁ ହୋଇଛି। ମୋଟ୍ ୧୪୮ ଜିଲ୍ଲା ଏବେ ସୁଦ୍ଧା ଏହି ବୀମା ଲାଗୁ ହୋଇଛି।

କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଆଂଶିକ ରୁପେ ଏବଂ ସାମିଲ ହୋଇନଥିବା ଜିଲ୍ଲା ଗୁଡ଼ିକରେ ସମ୍ପୁର୍ଣ୍ଣ ଭାବରେ ଇଏସ୍ଆଇସି ଯୋଜନା ଲାଗୁ କରାଯିବ। ଏହା ସହିତ ଇଏସ୍ଆଇସି ୧୦୦ ଶଯ୍ୟା ବିଶିଷ୍ଟ ୧୦୦ ନୂତନ ମେଡିକାଲ ଖୋଲିବାକୁ ଯୋଜନା ରଖିଛି।

ଡିସପେନସାରି ମାଧ୍ୟମରେ ବୀମାଭୁକ୍ତ କର୍ମଚାରୀ ଏବଂ ସେମାନଙ୍କ ନିର୍ଭରଶୀଳମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଇଏସ୍ଆଇସି ନୂତନ ଡାକ୍ତରଖାନା ପ୍ରତିଷ୍ଠା ଏବଂ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ବିଦ୍ୟମାନ ଡାକ୍ତରଖାନାଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛି।

ବୃତ୍ତିଗତ ନିଯୁକ୍ତି ବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବୀମାଭୁକ୍ତ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଚିକିତ୍ସା ସେବାରେ ଉନ୍ନତି ଆଣିବା ଅନ୍ତର୍ଭୁକ୍ତ ହେବ। ରାଷ୍ଟ୍ରାୟତ୍ତ ଇଏସ୍ଆଇସି ଡାକ୍ତରଖାନାଗୁଡ଼ିକରେ ସ୍ପେଶାଲିଷ୍ଟ ଏବଂ ସୁପର ସ୍ପେଶାଲିଷ୍ଟଙ୍କ ଉପଲବ୍ଧ ନଥିବା ବ୍ୟବଧାନକୁ ଦୂର କରିବା ପାଇଁ ଅତ୍ୟାବଶ୍ୟକ ପ୍ରଫେସନାଲମାନଙ୍କୁ ବର୍ତ୍ତମାନ ନିଯୁକ୍ତ କରାଯିବ।

 

Get real time updates directly on you device, subscribe now.