fbpx

କବରରୁ କଢ଼ାଯିବ ପାକିସ୍ତାନ ଆଙ୍କର ଆମିର ଲିୟାକତଙ୍କ ଶବ, କୋର୍ଟ ଦେଲେ ଆଦେଶ

ପାକିସ୍ତାନୀ ଆଙ୍କର ତଥା ପୂର୍ବ ସାଂସଦ ଆମିର ଲିୟାକତଙ୍କ ମୃତ୍ୟୁ ରହସ୍ୟ ଘନେଇବାରେ ଲାଗିଛି । ତାଙ୍କ ମୃତ୍ୟୁ ଅନେକ କଥା କୁହାଯାଉଛି । ଏହାରି ମଧ୍ୟରେ ପାକିସ୍ତାନର ଏକ କୋର୍ଟ ଆଦେଶ ଦେଇଛନ୍ତି ଯେ ଲିୟାକତଙ୍କ ଶବକୁ କବରରୁ ବାହାର କରାଯାଉ ଏବଂ ପୋଷ୍ଟମର୍ଟମ କରାଯାଉ । ପ୍ରକୃତରେ ତାଙ୍କ ମୃତ୍ୟୁକୁ ନେଇ ତାଙ୍କର ଫ୍ୟାନ୍ ଆଶଙ୍କା ଜାହିର୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅବ୍ଦୁଲ ଅହମଦ ନାମକ ଜଣେ ବ୍ୟକ୍ତି କୋର୍ଟରେ ଏନେଇ ଏକ ଯାଚିକା ଦାୟର କରିଥିଲେ ।

ସନ୍ଦେହ କରାଯାଉଛି ଯେ ସମ୍ପତ୍ତି ପାଇଁ ଲିୟାକତଙ୍କ ହତ୍ୟା କରାଯାଇଛି । ସେପଟେ ପାକିସ୍ତାନ ସେଲିବିଟ୍ରିମାନେ ଲିୟାକତଙ୍କ ଶବକୁ କାଢ଼ିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ସରକାରୀ ଓକିଲ କହିଛନ୍ତି ଯେ ଲିୟାକତଙ୍କ ପରିବାର ଚାହୁନାହିଁ ଯେ ଲିଆକତଙ୍କ ଶବକୁ ବାହାରକୁ ବାହାର କରାଯାଉ ଏବଂ ପୋଷ୍ଟମର୍ଟମ କରାଯାଉ ।

ଲିୟାକତଙ୍କ ତୃତୀୟ ପତ୍ନୀ ଦାନିଆ ଶାହଙ୍କ ବିରୋଧରେ ଏକ ଏନଜିଓ ଯାଚିକା ଦାୟର କରିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଗତ ଜୁନ୍ ୯ ତାରିଖରେ ମୃତ୍ୟୁ ହୋଇଥିଲା । ମିଡିଆ ରିପୋର୍ଟସ ଅନୂଯାୟୀ ଲିୟାକତ କିଛି ଦିନରୁ ଡିପ୍ରେସନରେ ଥିଲେ । ୯ ତାରିଖ ଦିନ ସକାଳେ ତାଙ୍କ ଦେହ ଖରାପ ହୋଇଥିଲା । ସେ ଚିଲେଇବାକୁ ଲାଗିଥିଲେ । ରୁମ୍ ବନ୍ଦ ଥିବାରୁ ଚାକର କବାଟ ଭାଙ୍ଗି ଦେଖିଥିଲେ, କିନ୍ତୁ ସେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ ହାର୍ଟ ଆଟାକ୍ କାରଣୁ ଲିୟାକତଙ୍କ ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ, ଆମିର ଲିୟାକତ ଅନେକ ବିବାଦ ମଧ୍ୟରେ ରହିଆସିଥିଲେ । ତାଙ୍କର ଏକ ନ୍ୟୁଡ୍ ଭିଡିଓ ଭାଇରାଲ ହୋଇଥିଲା । ତାଙ୍କ ବିରୋଧରେ ଡ୍ରଗ୍ସ ସେବନ ନେଇ ମଧ୍ୟ ଅଭିଯୋଗ ହୋଇଥିଲା । କିଛି ଦିନ ପୂର୍ବେ ତାଙ୍କ ତୃତୀୟ ପତ୍ନୀ ଦାନିଆ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ଆମିରଙ୍କ ବୟସ ୫୦ ବର୍ଷ ଥିଲା ଏବଂ ଦାନିଆଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା ।

 

Get real time updates directly on you device, subscribe now.