ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ୍ ଙ୍କୁ ଭେଟିଲେ ନବୀନ

ନୂଆଦିଲ୍ଲୀ: ପୋପ୍ ଫ୍ରାନସିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଟିକାନ୍ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପଙ୍କୁ ଭେଟିବାର ଫଟୋ ସାମ୍ନାକୁ ଆସିଛି । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିଛନ୍ତି ନବୀନ । ଖ୍ରୀଷ୍ଟିଆନ୍ ସର୍ବୋଚ୍ଚ ଧର୍ମସ୍ଥଳୀ ଭାଟିକାନରେ ପୋପଙ୍କ ସହ ସେ ସାକ୍ଷାତ କରିଛନ୍ତି । ନବୀନଙ୍କ ସାଙ୍ଗରେ ଅଛନ୍ତି 5T ସଚିବ ଭି କେ ପାଣ୍ଡିଆନ ।

ତେବେ ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକଙ୍କ ଧର୍ମଗୁରୁ ହେଉଛନ୍ତି ପୋପ୍ ଫ୍ରାନସିସ୍ । ଦେଶର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ପୋପ୍ । ତାଙ୍କରି ନିର୍ଦ୍ଦେଶରେ ତିଆରି ହୁଏ ଖ୍ରୀଷ୍ଟିଆନଙ୍କ ଧର୍ମୀୟ ନୀତି ନିୟମ ।