fbpx

ପୁଣି ବଢ଼ୁଛି କରୋନା ସଂକ୍ରମଣ! ଓଡ଼ିଶାରେ ୬୧ ତ’ ଦେଶରେ ୧୭ ହଜାର ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛି ମାସର ବ୍ୟବଧାନ ପରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଓଡ଼ିଶାରେ ଏହାର ପ୍ରକୋପ ଦେଖିବାକୁ ମିଳୁଛି । ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୬୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୬ ଓ ସ୍ଥାନୀୟ ସଂକ୍ରମଣରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୩୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । କଟକରୁ ୭, ସୁନ୍ଦରଗଡ଼ରୁ ୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୧୭ ହଜାର ୩୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଦିନକ ମଧ୍ୟରେ ୧୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ହଜାର ୨୮୪ ହୋଇଛି । ୨୪ ଘଣ୍ଟାରେ ୧୩ ହଜାର ୨୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହାର ୪.୩୨ ପ୍ରତିଶତ ରହିଛି । ଆକ୍ଟିଭ କେସ୍‌ – ୦.୨୦ ପ୍ରତିଶତ ଥିବାବେଳେ ରିକଭରି ରେଟ୍‌ ୯୮.୫୯% ରହିଛି ।

Get real time updates directly on you device, subscribe now.