fbpx

ବିଧାୟକଙ୍କ ଧକ୍କାରେ ଭାଙ୍ଗିଗଲା ନିର୍ମାଣାଧୀନ କଲେଜ କାନ୍ଥ, ଭାଇରାଲ ହେଉଛି ଭିଡିଓ…

ଅନେକ ସମୟରେ ସରକାରୀ ଯୋଜନାରେ ହେଉଥିବା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଦେଖିବାକୁ ମିଳେ । କେତେବେଳେ କେଉଁଠି ନିମ୍ନମାନର ରୋଡ୍  ନିର୍ମାଣ ତ’ କେତେବେଳେ କେଉଁଠି ନିମ୍ନମାନର ଡ୍ରେନେଜ୍ ବ୍ୟବସ୍ଥା । କିନ୍ତୁ ଏବେ ପିଲାମାନ ପାଠ ପଢ଼ୁଥିବା କଲେଜ ମଧ୍ୟ ତିଆରି ହେଉଛି ନିମ୍ନମାନର ।

ଏଭଳି ଘଟଣା ଦେଖିବାକୁ ବିହାରରେ । ପ୍ରତାପଗଢ଼ର ରାଣୀଗଞ୍ଜ ବାବା ବେଲଖରନାଥ ଧାମ ବ୍ଲକର ଶିବସତ ଗ୍ରାମରେ ନିର୍ମାଣ ହେଉଥିବା ଏକ କଲେଜ କାମ ଏତେ ନିମ୍ନାମାନର ହୋଇଛି ଯେ ଏହି ନିର୍ମାଣାଧୀନ କଲେଜ କାନ୍ଥର ଛାତ ସ୍ଥାନୀୟ ବିଧାୟକଙ୍କ ଧକ୍କାରେ ହିଁ ଭାଙ୍ଗିଯାଉଛି ।

ସପା ବିଧାୟକ ଡା. ଆରକେ ବର୍ମାଙ୍କୁ ଲୋକମାନେ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ କରିଥିଲେ । ଏହାପରେ ବିଧାୟକ ନିର୍ମାଣ କାର୍ଯ୍ୟ ହୋଇଥିବା ସ୍ଥଳ ପରିଦର୍ଶନ କରିଥିଲେ । ବିଧାୟକ ଧକ୍କା ମାରିଥିଲେ ନିର୍ମାଣାଧୀନ ରାଜକୀୟ ଇଞ୍ଜିନିଅରିଂ କଲେଜର କାନ୍ଥ ଭାଙ୍ଗିଯାଇଥିଲା । ଏହାପରେ ବିଧାୟକ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ସେହି ସ୍ଥାନକୁ ଡକାଇଥିଲେ ।

ଆଉ ଅଧିକାରୀଙ୍କୁ ଦେଖାଇବା ପାଇଁ ଅଧିକାରୀଙ୍କ ସାମ୍ନାରେ ବିଧାୟକ କାନ୍ଥକୁ କେବଳ ଏକ ଧକ୍କା ଦେଇଥିଲେ ଏବଂ ପୂରା କାନ୍ଥ ଗଳିପଡ଼ିଥିଲା । ଯାହାପରେ ବିଭାଗୀୟ ଅଧିକାରୀ ନିର୍ମାଣ କାର୍ଯ୍ୟର ସାମ୍ପୁଲକୁ ଯାଞ୍ଚ ପାଇଁ ପଠାଯିବ ଏବଂ ଘଟଣାରେ ଯିଏବି ଦୋଷୀ ତାକୁ ଦଣ୍ଡ ଦିଆଯିବ ବୋଲି କହିଥିଲେ ।

Get real time updates directly on you device, subscribe now.