fbpx

ଖୋର୍ଦ୍ଧାରୁ ୧କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୪ ମାଫିଆଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରାଇମବ୍ରାଞ୍ଚ ଏସଟିଏଫ କୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧା ଅଞ୍ଚଳରୁ ୧କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ଡ୍ରଗ୍ସ ଚୋରାଚାଲାଣ ବେଳେ ପ୍ରାୟ ୧କିଲୋ ୩୦ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର ଚାଲାଣ କରୁଥିବା ୪ ମାଫିଆଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଛି। ଏହି ୪ ମାଫିଆ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ବେପାର କରୁଥିଲେ। ତେବେ ଏହି ୪ ମାଫିଆଙ୍କନ ଘର ଖୋର୍ଦ୍ଧାରେ ବୋଲି ସୂଚନା ମିଳିଛି। ନିରନ୍ତର ଚଢାଉ କରି ୨୦୨୦ରୁ ଏବେ ସୁଦ୍ଧା ରାଜ୍ୟରେ ୫୫କିଲୋ ବ୍ରାଉନସୁଗାର ଜବତ କଲାଣି ଏସଟିଏଫ।

କୋଲକାତାରୁ ବାଲେଶ୍ୱର ଦେଇ ରାଜ୍ୟକୁ ବିପୁଳ ପରିମାଣରେ ନିଶା ଦ୍ରବ୍ୟ ପ୍ରବେଶ କରୁଛି। ପୋଲିସ ଏବଂ ଏସଟିଏଫର ଅନେକ ପ୍ରାୟସ ସତ୍ୱେ ରାଜ୍ୟରେ ଏବେ ନିଶା ଦ୍ରବ୍ୟ ବ୍ୟାପିବାରେ ଲାଗିଛି। ବିଶେଷ କରି ନିକଟ ଅତିତରେ ଖୋର୍ଦ୍ଧା ଏବଂ ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ ବ୍ରାଉନସୁଗାର, ହେରୋଇନ୍ ଭଳି ମାରାତ୍ମକ ନିଶାଦ୍ରବ୍ୟ ଜବତ ହୋଇଛି। ହକି ବିଶ୍ୱକପ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ନିଶାଦ୍ରବ୍ୟ କାରବାର ବଢିଯାଇଛି।

କିଛି ଦିନ ତଳେ ୨୦୨୩ ହକି ବିଶ୍ୱକପ ପୂର୍ବରୁ ନିଶାଦ୍ରବ୍ୟ ବ୍ୟାପାର ଲାଗି ମାର୍କେଟ ପ୍ରସ୍ତୁତି ଚାଲିଥିବା ବେଳେ ଏସଟିଏଫ ଏହି ଯୋଜନାକୁ ପଣ୍ଡ କରିଛି। ବିଶ୍ୱକପ ସମୟରେ ବିଦେଶୀ ଦର୍ଶକମାନଙ୍କୁ ଡ୍ରଗ୍ସ ବିକିବା ପାଇଁ ଚାଲିଥିଲା ମସୁଧା। ତେବେ ଏସବୁ ଯୋଜନା ଏବଂ ଚାଲକୁ ସଫଳ ହେବା ପୂର୍ବରୁ ଏସଟିଏଫ ଚଢାଉରେ ଏମାନେ ଧରା ପଡିଯାଇଥିଲେ। ଆସନ୍ତା ହକି ବିଶ୍ୱକପ ଓଡିଶାରେ ଆୟୋଜିତ ହେବାକୁ ଯାଉଛି। ତେଣୁ ଏହି ସମୟରେ ବିଦେଶୀ ଦର୍ଶକ ମାନଙ୍କୁ କୋକେନ ବିକିବା ପାଇଁ ମାର୍କେଟ ପ୍ରସ୍ତୁତି କରୁଛନ୍ତି ଡିଲର।

Get real time updates directly on you device, subscribe now.