fbpx

‘Disease X’କୁ ନେଇ ବଢ଼ିଲା ଆଶଙ୍କା, ପୁଣି ଆସିପାରେ ଏକ ଭୟାଭହ ମହାମାରୀ, ସତର୍କ ସୂଚନା ଜାରି କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ କୋଭିଡ୍, ମଙ୍କିପକ୍ସ ସଂକ୍ରମଣର ଆଶଙ୍କା ଲୋକଙ୍କ ମଧ୍ୟରେ ଜାରି ରହିଛି । ତେବେ ଏହା ମଧ୍ୟରେ ଆଉ ଏକ ନୂଆ ଭାଇରସକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ‘ଡିଜିଜ୍ ଏକ୍ସ’ ନାମକ ଏକ ନୂଆ ମହାମାରୀକୁ ନେଇ ଏକ୍ସପର୍ଟମାନେ ଚେତାବନୀ ଦେଇଛନ୍ତି । ଗତ ଛଅ ମାସ ହେଲା ‘ଡିଜିଜ୍ ଏକ୍ସ’କୁ ନେଇ ବ୍ରିଟେନରେ ଭୟାବହ ପରିସ୍ଥିତି ଦେଖିବାକୁ ମିଳିଛି । ‘ଡିଜିଜ୍ ଏକ୍ସ’ କିଲର ମହାମାରୀ ପାଲଟିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

୪୦ ବର୍ଷ ବର୍ଷ ପ୍ରଥମ ଥର ପାଇଁ ଲଣ୍ଡନର କିଛି ସ୍ଥାନରେ ପୋଲିଓ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ଚଳିତ ବର୍ଷ ଜାନୁଆରୀ ପ୍ରରମ୍ଭରେ ଏଚ୫ ବାର୍ଡ ଫ୍ଲୁ ମଣିଷ ଶରୀରରେ ଦେଖିବାକୁ ମିଳିଥିଲା । ଗତ ଫେବୃଆରୀରେ ଦକ୍ଷିଣ-ପଶ୍ଚିମ ଇଂଲଣ୍ଡରେ ୩ ଜଣ ଲାସା ଜ୍ୱରରେ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା ।

ଗତ ୨୦୦୯ ପରେ ପ୍ରଥମ ଥର ପାଇଁ ବ୍ରିଟେନରେ ଲାସା ଜ୍ୱର ରୋଗୀ ଚିହ୍ନଟ ହୋଇଥିଲେ । ଗୋଟିଏ ପରିବାର ପଶ୍ଚିମ ଆଫ୍ରିକାରୁ ପୂର୍ବ ଇଂଲଣ୍ଡକୁ ଫେରିବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଗତ ମାର୍ଚ୍ଚରେ କ୍ରିମିଆ-କଙ୍ଗୋ ରକ୍ତସ୍ରାବୀ ଜ୍ୱର ରୋଗୀ ଚିହ୍ନଟ ହୋଇଥିଲେ । ଗତ ମାର୍ଚ୍ଚ ପରଠାରୁ ବ୍ରିଟେନରେ ପାଖାପାଖି ୮ ଶହ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି ।

ତେବେ ୟୁନିଭରସିଟଇ ଅଫ୍ ଇଷ୍ଟ ଆଙ୍ଗ୍ଲିଆର ମେଡିସିନ୍ ପ୍ରଫେସର ପଲ୍ ହଣ୍ଟର କହିଛନ୍ତି, ଲୋକମାନେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ଆସିବା କରିବା ରୋଗ ବ୍ୟାପିବାର ପ୍ରକୃତ ମାଧ୍ୟମ ପାଲଟିଛି । ଆମ ସମସ୍ତଙ୍କୁ ଏଥିପାଇଁ ସତର୍କ ରହିବା ଜରୁରୀ । କୋଭିଡ୍ ପ୍ରସ୍ତୁତି ସହିତ ସର୍ଭେଲାନ୍ସ ସିଷ୍ଟମ ମେଣ୍ଟେନ୍ନ କରିବା ଆବଶ୍ୟକ ।

Get real time updates directly on you device, subscribe now.