ଓଡିଶା ଭାସ୍କର: ଇଣ୍ଟରନେଟ ଏବଂ ଡିଜିଟାଲ ଯୁଗରେ କୌଣସି ବି ଆପକୁ ବ୍ୟବହାର କରିବା ପାଇଁ ଇ-ମେଲର ଆବଶ୍ୟକତା ପଡିଥାଏ । ତେବେ ବହୁତ କମ ଲୋକ ଏମିତି ଥାଇ ପାରନ୍ତି, ଯେଉଁମାନଙ୍କର ଇମେଲ ଆକାଉଣ୍ଟ ନଥିବ । ତେବେ ଅଧିକାଂଶ ଲୋକ ଗୁଗଲର ମେଲିଙ୍ଗ ସର୍ଭିସ ବା ଜି-ମେଲ ବ୍ୟବହାର କରିଥାନ୍ତି । କିନ୍ତୁ ଜି-ମେଲରେ ତଥ୍ୟ ପଠାଇବା କିମ୍ବା ରିସିଭ କରିବା ପାଇଁ ଇଣ୍ଟରନେଟ ରହିବା ନିହାତି ଆବଶ୍ୟକ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ଟ୍ରିକ ଅଛି ଯାହା ଦ୍ୱାରା ଆପଣ ବିନା ଇଣ୍ଟରନେଟେରେ ଜି-ମେଲ ବ୍ୟବହାର କରି ପାରିବେ ।
ଜିମେଲରେ ଏକ ଅଫଲାଇନ ମୋଡ ଫିଚର ଉପଲବ୍ଧ ରହିଛି । ଏହାଦ୍ୱାରା ଆପଣ ବିନା ଇଣ୍ଟରନେଟରେ ଜି-ମେଲ ପଢିପାରିବେ, ଏହାର ରିପ୍ଲାଏ କରି ପାରିବେ ଏବଂ ମେଲ ସର୍ଚ୍ଚ ମଧ୍ୟ କରି ପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ ଆକ୍ଟିଭ କରିବାର ଷ୍ଟେପ ।
୧- ଜି-ମେଲ ଅଫଲାଇନର ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଅପଣଙ୍କୁ ନିଜ କମ୍ପ୍ୟୁଟର ବା ଲାପଟପରେ ଗୁଗଲ କ୍ରୋମ ଡାଉନଲୋଡ କରିବାକୁ ପଡିବ । ଏହି ଫିଚରକୁ କେବଳ ଗୁଗଲ କ୍ରୋମ ବ୍ରାଉଜର ୱିଣ୍ଡୋରେ ହିଁ ବ୍ୟବହାର କରାଯାଇ ପାରିବ ।
୨- ନିଜ ଡେସ୍କଟପ ବା ଲାପଟପରେ କ୍ରୋମ ୱିଣ୍ଡୋ ଖୋଲିବା ପରେ ଏହାକୁ ଜିମେଲ ଅଫଲାଇନ ସେଟିଙ୍ଗସକୁ ଯାଆନ୍ତୁ । ନଚେତ ‘https://mail.google.com/mail/u/0/#settings/offline‘ ଲିଙ୍କକୁ କ୍ଲିକ କରନ୍ତୁ ।
୩- ଏହି ଲିଙ୍କ ଉପରେ କ୍ଲିକ କଲେ ଆପଣଙ୍କ ସାମନାରେ ଏକ ନୂଆ ୱିଣ୍ଡୋ ଓପନ ହେବ । ଏଥିରେ ଥିବା ‘ଏନେବଲ ଅଫଲାଇନ ମେଲ’ ଅପ୍ସନକୁ ଅନ କରନ୍ତୁ ।
୪- ଏବେ ଆପଣ ନିଜ ହିସାବରେ ସେଟିଙ୍ଗକୁ ପରିବର୍ତ୍ତନ କରିପାରିବେ । ଆପଣ କେତେ ଦିନର ମେଲକୁ ସିଙ୍କ କରିବାକୁ ଚାହୁଁଛନ୍ତି ଯାହାଦ୍ୱାରା ସେହି ଦିନର ମେଲ ଆପଣଙ୍କୁ ଅଫଳାଇନ ମୋଡରେ ମିଳି ପାରିବ ତାହା ଆପଣ ଏଥିରେ ସିଲେକ୍ଟ କରିପାରିବେ ।
୫- ଏବେ ଆପଣଙ୍କୁ କେବଳ ‘ସେଭ ଚେଞ୍ଜେସ’ ଅପ୍ସନରେ କ୍ଲିକ କରିବାକୁ ପଡିବ ।