fbpx

କାଉଣ୍ଟରରେ ମିଳୁଥିବା ଆବୋର୍ସନ ପିଲ୍ ବ୍ୟବହାର କରନ୍ତୁ ନାହିଁ, ଗର୍ଭାଶୟ ଫାଟିବା ସହ ଜୀବନ ଚାଲିଯିବ, ଚେତାବନୀ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଆବୋର୍ସନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଏହି ନିଷ୍ପତ୍ତି ପରେ ସେଠାରେ ଗର୍ଭପାତକୁ ସାମ୍ବିଧାନିକ ଅଧିକାର ଭାବେ ଗ୍ରହଣ କରାଯାଇଥିଲା । ତେବେ ଆଗକୁ ଆମେରିକାର ମହିଳାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିବ ଓ ଅଧିକାଂଶ ରାଜ୍ୟରେ ଗର୍ଭପାତ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ହୋଇଯିବ ।

ତେବେ ଏହି ନିଷ୍ପତ୍ତି ପରେ ଏବେ ସର୍ବସାଧାରଣରେ ଗୋଟିଏ ପ୍ରଶ୍ନ ଉଠୁଛି, ଗର୍ଭପାତକୁ ନେଇ ସରକାର ଅନୁମତି ପ୍ରଦାନ କରିବେ, ଏହା କେତେଦୂର ଠିକ୍? ତେବେ ଏନେଇ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ପ୍ରତି ୧୦ ଜଣରୁ ଜଣେ ଆମେରିକୀୟ ଗର୍ଭପାତକୁ ଅବୈଧ କରିବା ସପକ୍ଷରେ ରହିଛନ୍ତି । ଗର୍ଭାବସ୍ଥାର କିଛି ମାସ ପରେ ଆବୋର୍ସନ ଉପରେ ପ୍ରତିବନ୍ଧକ ଲଗାଇବାକୁ କିଛି ଲୋକ ସମର୍ଥନ କରୁଛନ୍ତି ।

ଡାକ୍ତରଙ୍କ ମତରେ, ଯଦି ଜଣେ ମହିଳା ଜଣେ ଭଲ ଡାକ୍ତରଙ୍କ ପାଖକୁ ଯାଇ ଆବୋର୍ସନ କରାନ୍ତି, ତେବେ ତାଙ୍କର ମାଆ ହେବା କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଶତ ପ୍ରତିଶତ ହ୍ରାସ ପାଇଥାଏ । ଗର୍ଭ ନଷ୍ଟ ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆବୋର୍ସନ ପିଲ । ତେବେ କାଉଣ୍ଟରରେ ଉପଲବ୍ଧ ଥିବା ଆବୋସର୍ନ ପିଲ୍ସ ବହୁତ ଭୟଙ୍କର ଅଟେ ।

ସଠିକ୍ ଆବୋର୍ସନ ପିଲ ଓ ଗର୍ଭପାତର ସମସ୍ୟାରୁ ମୁକୁଳିବା ପାଇଁ ଡାକ୍ତରଙ୍କ ପରାମର୍ଶ ଜରୁରୀ । ଏଥିରେ ଅବହେଳା କଲେ ପରେ ଏକ୍ଟୋପିକ ଗର୍ଭାବସ୍ଥାର ଚାନ୍ସ ବଢ଼ିଯାଏ ଓ ଭ୍ରୁଣ ଗର୍ଭାଶୟ ବାହାରେ ବିକଶିତ ହୋଇଥାଏ । ଏ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ହେଲେ ଗର୍ଭାଶୟ ଫାଟିଯିବା ସହିତ ମହିଳାଙ୍କ ଜୀବନ ହାନୀର ଆଶଙ୍କା ରହିଥାଏ ।

Get real time updates directly on you device, subscribe now.