fbpx

ହକି ଅଲିମ୍ପିଆନ ବରିନ୍ଦର ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ହକି ଅଲିମ୍ପିଆନ ତଥା ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ବରିନ୍ଦର ସିଂଙ୍କର ମଙ୍ଗଳବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇ ଥିଲା । ୧୯୭୦ ଦଶକରେ ଭାରତୀୟ ହକିର ଏକାଧିକ ବିଜୟ ପାଇଁ ବରିନ୍ଦର ସିଂଙ୍କର ମହତ ଅବଦାନ ରହିଥିଲା । ସେହି ରି ୧୯୭୫ରେ କୁଆଲାଲମ୍ପୁରରେ ଅନୁଷ୍ଠିତ ହକି ବିଶ୍ୱକପ ବିଜୟୀ ଭାରତୀୟ ଦଳର ସେ ଥିଲେ ଅନ୍ୟତମ ସଦସ୍ୟ । ବିଶ୍ୱକପରେ ଭାରତର ଏହା ହେଉଛି ଏକମାତ୍ର ଟାଇଟଲ ହାସଲ । ଏହି ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ୨- ୧ ଗୋଲରେ ପରାସ୍ତ କରି ଭାରତ ଚାମ୍ପିଅନ ହୋଇଥିଲା । ସେହିପରି ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଓ ୧୯୭୩ ବିଶ୍ୱକପରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ଥିଲେ ଅନ୍ୟତମ ସଦସ୍ୟ । ଏହା ବ୍ୟତିତ ୧୯୭୪ ଓ ୧୯୭୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିବା ବେଳେ ହକି ଜୀବନର ସଫଳତା ପାଇଁ ବରିନ୍ଦରଙ୍କୁ ୨୦୦୭ରେ ସମ୍ମାନ ଜନକ ଧ୍ୟାନଚାନ୍ଦ ଆଜୀବନ ସଫଳତା ପୁରସ୍କାର ପ୍ରଦାନ କରା ଯାଇଥିଲା ।

Get real time updates directly on you device, subscribe now.