fbpx

ରାଷ୍ଟ୍ରପତି ନିର୍ବାଚନ: ଏହି ରାଜ୍ୟରେ NDAକୁ ମିଳିବ ଝଟକା, ଦ୍ରୌପଦୀକୁ ମିଳି ନପାରେ ଗୋଟିଏ ବି ଭୋଟ୍

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ଦେଶରେ ୧୬ତମ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହାମଧ୍ୟରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି । ଦ୍ରୌପଦୀ ମୁର୍ମୁ ଏନଡିଏ ଓ ଯଶୱନ୍ତ ସିହ୍ନା ବିରୋଧୀ ପ୍ରାର୍ଥୀ ହୋଇଛନ୍ତି । ତେବେ ରାଜନୈତିକ ଗଣିତ ଦୃଷ୍ଟିରୁ ଦ୍ରୌପଦୀଙ୍କର ବିଜୟ ସମ୍ଭାବନା ଅଧିକ ରହିଥିବା ବେଳେ କିଛି ରାଜ୍ୟରେ ଦ୍ରୌପଦୀଙ୍କୁ ଝଟକା ଲାଗିପାରେ ।

ତେବେ ଭାରତବର୍ଷରେ ଏପରି ଏକ ରାଜ୍ୟ ରହିଛି, ଯେଉଁଠି ଦ୍ରୌପଦୀଙ୍କୁ ବୋଧହୁଏ ଗୋଟିଏ ବି ଭୋଟ୍ ମିଳିବ ନାହିଁ । କେରଳରୁ ଏନଡିଏ ଖାଲି ହାତରେ ଫେରିପାରେ । ରାଜ୍ୟ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୧୪୦ ହୋଇଥିବା ବେଳେ ଲୋକସଭାର ୨୦ ଓ ରାଜ୍ୟସଭାର ୯ ଜଣ ସାଂସଦ ରହିଛନ୍ତି । କେରଳରେ ଶାସକ ଲେଫ୍ଟ ଡେମେକ୍ରାଟିକ ଫ୍ରଣ୍ଟ (ଏଲଡିଏଫ୍) ଓ ବିପକ୍ଷ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ (ୟୁଡିଏଫ୍) ମଧ୍ୟରେ ମେଣ୍ଟ ସରକାର ରହିଛି । ଏହି ଦୁଇ ଦଳ ବିପକ୍ଷ ପ୍ରାର୍ଥୀ ଯଶୱନ୍ତଙ୍କୁ ସମର୍ଥନ ପାଇଁ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ଭାଜପା ଓ ତା’ର ସହଯୋଗୀ ଦଳ ଭାରତ ଧର୍ମ ଜନ ସେନା (ବିଡିଜେଏସ)ର କୌଣସି ସାଂସଦ କି ବିଧାୟକ ନାହାନ୍ତି । ତେଣୁ ଏପରି ସ୍ଥିତିରେ ଏନଡିଏ କେଳରରୁ ସିଙ୍ଗଲ ଭୋଟ ହାତେଇବା କଷ୍ଟକର ହୋଇପାରେ । ତେବେ ଅନ୍ୟ ଦଳର କୌଣସି ବିଧାୟକ ବା ସାଂସଦ ଯଦି କ୍ରସ ଭୋଟିଂ କରନ୍ତି ତେବେ ହୁଏତ କିଛିଟା ଭୋଟ ଦ୍ରୌପଦୀଙ୍କୁ ଖାତାକୁ ଆସିପାରେ ।

Get real time updates directly on you device, subscribe now.