fbpx

(Video) ସାନ ଭାଇ ସହ ସ୍ତ୍ରୀ ଫେରାର୍: ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା

ସମ୍ବଲପୁର(ଓଡ଼ିଶା ଭାସ୍କର): ସ୍ତ୍ରୀ ପାଇଁ ଇଲେକ୍ଟ୍ରି ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ଆତ୍ମହତ୍ୟା କରିବାକୁ କଲେ ଉଦ୍ୟମ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ସୋମବାର ସକାଳୁ ଏକ ଯୁବକଙ୍କ ହାଇଡ୍ରାମା ଦେଖବାକୁ ମିଳିଛି , ଯେଉଁଠାରେ ଯୁବକ ଜଣଙ୍କ ଏକ ଇଲେକଟ୍ରିକ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର ଟିମ୍ ପହଞ୍ଚି ସମ୍ପୃକ୍ତ ଯୁବକଜଣଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଯୁବକଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଯୁବକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ହନୁମାନପୁର ଗାଁର ଆକାଶ ନାଏକ । ତେବେ ଯୁବକ ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କାରଣ ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଆକାଶ ନାଏକଙ୍କ ସାନ ଭାଇ ବିକାଶ ନାଏକ ନିଜ ଭାଉଜ ଅର୍ଥାତ୍ ଆକାଶଙ୍କ ପତ୍ନୀ ଓ ୨ ପୁଅଙ୍କୁ ନେଇ ଫେରାର ହୋଇଥିଲେ । ଫଳରେ ଆକାଶ ଗତ ୩ ଦିନ ହେବ ରେଢ଼ାଖୋଲ ଖଣ୍ଡାହତା ଗାଁରେ ପହଞ୍ଚି ସେମାନଙ୍କୁ ଖୋଜୁଥିଲେ । ସେଠାରେ ଆକାଶ ତାଙ୍କ ପତ୍ନୀ ଓ ପୁଅକୁ ପାଇଥିଲେ ଓ ନିଜ ସାଙ୍ଗରେ ଫେରିଯିବାକୁ କହିଥିଲେ । ମାତ୍ର ଏଥିରେ ପତ୍ନୀ ମନାକରିଦେବାକୁ ଆକାଶ ଆତ୍ମହତ୍ୟା କରିବାକୁ ଇଲେକ୍ଟ୍ରି ଟାୱାର ଉପରକୁ ଚଢ଼ିଯାଇଥିଲେ । ଯୁବକ ଜଣକ ସକାଳ ୬ଟାରୁ ଟାୱର ଉପରେ ଚଢ଼ିଯାଇଥିବା ବେଳେ ୫ ଘଣ୍ଟାର ରେସ୍କୁ ଅପରେସନ ପରେ ତାଙ୍କୁ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.