fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କାରେ ୪ ମୃତ

ନୂଆପଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜଣକ ପ୍ରାଣ । ଜଣେ ଏବେବି ଗୁରୁତର । ସୋମବାର ନୂଆପଡ଼ା କୋମନା ବ୍ଲକ୍ କ୍ରିଷ୍ଣା ଛକ ନିକଟରେ ଗୋଟିଏ ବାଇକରେ ୫ ଜଣ ଯାଉଥିବା ସମୟରେ ଏକ ଟ୍ରକ୍ ଧକ୍ମା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହି ଦୁର୍ଘଟଣାପରେ ସଙ୍ଗେ ସଙ୍ଗେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେବି ଜଣେ  ଗୁରୁତର ଅଛନ୍ତି ତାଙ୍କର ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.