fbpx

ଅଭିଯୋଗ କରିବାକୁ ଆସିଥିବା ବୃଦ୍ଧଙ୍କୁ ତଳେ ବସାଇଦେଲେ ଅଧିକାରୀ ! ଡିଏମ କହିଲେ ଭିନ୍ନ କାହାଣୀ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକ ତଥା ବୃଦ୍ଧ ଲୋକଙ୍କ ପାଇଁ ଅନେକ କାନୁନ୍ ରହିଛି । ବୃଦ୍ଧ ବ୍ୟକ୍ତିମାନଙ୍କୁ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ସରକାରୀ ସ୍ତରରେ ଅନେକ ବ୍ୟବସ୍ଥା ମଧ୍ୟ ରହିଛି । ଅନେକ ସମୟରେ ସାଧାରଣ ଲୋକ ଅଧିକାରୀଙ୍କ ପାଖକୁ ତାଙ୍କର ଅଭିଯୋଗ ନେଇ ଆସିଥାନ୍ତି । ଯେମିତି ତାଙ୍କର ସମସ୍ୟା ସମାଧାନ ହୋଇଯିବ । କିନ୍ତୁ ଯଦି ସେ ଜଣେ ବୃଦ୍ଧ ବ୍ୟକ୍ତି ହୋଇଥାନ୍ତି ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏବେ ଏହାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଅଧିକାରୀଙ୍କ ପାଖକୁ ଆସିଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ତଳେ ବସିଥିବାର ଦେଖାଯାଇଛି । ଯେତେବେଳକି ଅଧିକାରୀମାନେ ଖୋଦ୍ ଉପରେ ବସିଛନ୍ତି । ଯାହାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୂଯାୟୀ, ଏହି ଘଟଣା ଉତ୍ତରପ୍ରଦେଶ ଅମେଠୀର ତିଲୋଇ ତହସିଲର ଯେଉଁଠାରେ ସଂପୂର୍ଣ୍ଣ ସମାଧାନ ଦିବସର ଆୟୋଜନ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଯେ ଅନେକ ସମୟରୁ ତହସିଲରେ ପଡ଼ିରହିଥିବା ଲମ୍ବା ମାମଲା ଯେମିତିକି ଜମିଜମା ବିବାଦ, କବ୍ଚା ଇତ୍ୟାଦି ଭଳି ମାମଲାକୁ ଯଥାଶୀଘ୍ର ସାରି ସ୍ଥାନୀୟ ଲୋକଙ୍କୁ ଆଶ୍ୱସ୍ତି ମିଳିବା । ଏହି ଅବସରରେ ଜଣେ ବୃଦ୍ଧ ନିଜର ଅଭିଯୋଗ ଶୁଣାଇବାକୁ ପହଞ୍ଚିଥିଲେ , ଆଉ ସେଠାରେ ତଳେ ବସି ଅଭିଯୋଗ ଶୁଣାଇବା ଫୋଟୋ ଭାଇରାଲ ହୋଇଥିଲା ।

ଏହି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆରମ୍ଭ ହୋଇଯାଇଥିଲା ପ୍ରତ୍ୟାରୋପ । କେହି କହିଥିଲେ ଯେ ଏହା ଗଣତନ୍ତ୍ର ମୁହଁରେ ଏକ ଶକ୍ତ ଚାପୁଡ଼ା । କେହି କହିଥିଲେ ଏହା ସାମନ୍ତବାଦୀ ଚିନ୍ତାଧାରା, ତ ଆଉ କେହି କହିଥିଲେ ଏହାର ଦେଶର ପ୍ରକୃତ ଦାସତ୍ୱପ୍ରଥାର ଚିତ୍ର ।

ତେବେ ଫୋଟୋ ଭାଇରାଲ ହେବା ପରେ ଯେତେବେଳେ ପ୍ରଶାସନ ଉପରେ ପ୍ରଶ୍ନ ଉଠିଥିଲା, ସେତେବେଳେ ଅମେଠୀର ଡିଏମ ରାକେଶ କୁମାର ମିଶ୍ର ଏକ ଟ୍ୱିଟ କରି କହିଥିଲେ ଯେ ପତ୍ରକାର ଜୟପ୍ରକାଶ ପାଣ୍ଡେଙ୍କ ଦ୍ୱାରା ସଭାଗାରରେ ତଳେ ବସାଇ ଫୋଟୋ ଉଠାଇ ନିଆଯାଇଛି, ଆଉ ସେଥିପାଇଁ ତ’ ସେ ଫୋଟୋରେ କ୍ୟାମେରରାକୁ ଦେଖୁଛନ୍ତି ।

ତେବେ ଡିଏମଙ୍କ ଦାବି ପରେ ଲୋକମାନେ ମଧ୍ୟ ପଚାରିଥିଲେ ଯଦି ରିପୋର୍ଟର ବୃଦ୍ଧଙ୍କୁ ବସାଇ ଫଟୋ ନେଇଥିଲେ ତେବେ ଚଉକୀରେ ବସିଥିବା ଫଟୋ କାହିଁ?

ଉତ୍ତରପ୍ରଦେଶ ଫ୍ୟାକ୍ଟ ଚେକ୍ ଏହି ଫୋଟୋର ଫ୍ୟାକ୍ଟ ଚେକ୍ କରିବା ପରେ କହିଥିଲେ ଯେ ସମାଧାନ ଦିବସ ଅବସରରେ ଏହି ବୃଦ୍ଧ ଜଣକ ନିଜେ ହିଁ ତଳେ ବସିଯାଇଥିଲେ, କିନ୍ତୁ ତାଙ୍କୁ ସଙ୍ଗେ ସଙ୍ଗେ ଚଉକୀରେ ବସାଯାଇଥିଲା । ଦୟାକରି ଗୁଜବରେ ବିଶ୍ୱାସ କରନ୍ତୁନାହିଁ ।

ସେପଟେ ପ୍ରତ୍ରକାର ମଧ୍ୟ ଜବାବରେ କହିଛନ୍ତି ଯେ ପ୍ରଶାସନ ତାଙ୍କ ଉପରେ ଅଭିଯୋଗ ନକରି କାର୍ଯ୍ୟରେ ସୁଧାର କରୁ । ସେ କହିଥିଲେ ପ୍ରକୃତରେ ଅଭିଯୋଗକାରୀଙ୍କ ପାଇଁ ସେଠାରେ କୌଣସି ସିଟ୍ ନଥିଲା । ବୃଦ୍ଧଙ୍କ ନାମ ମହାଦେବ ଏବଂ ସେ ଅମେଠୀର ଚେତରା ବୁଜୁର୍ଗ ଗାଁର ବାସିନ୍ଦା । ସେ ତାଙ୍କ ପାରିବାରିକ ଜମି ମାମଲାକୁ ନେଇ ପ୍ରଶାସନ ପାଖକୁ ଆସିଥିଲେ ।

Get real time updates directly on you device, subscribe now.