fbpx

ବର୍ଷାଙ୍କୁ ଭଗବତ ଗୀତା ଉପହାର ଦେଲେ ଅନୁଭବ: କହିଲେ ଶ୍ଲୋକର ଅର୍ଥ ବୁଝି ପାରିବାରିକ କଳହ ତୁଟାଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଛି ନୂଆ ଅପଡେଟ୍ । ତେବେ ଷ୍ଟାର ଦମ୍ପତିଙ୍କୁ ନେଇ ଏକାଧିକ ମାମଲା କୋର୍ଟରେ ଏବେ ବିଚାରାଧୀନ ରହିଛି । ଏହା ମଧ୍ୟରେ କୋର୍ଟ ଭିତରେ ଅନୁଭବ ବର୍ଷାଙ୍କୁ ଭଗବତ ଗୀତା ଉପହାର ଦେଇଛନ୍ତି । ଆଜି ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲାରେ କଟକ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର ହୋଇଥିଲେ ।

ଆଜି କୋର୍ଟରେ ସାକ୍ଷ୍ୟ ଗ୍ରହଣ ସମୟରେ ଅନୁଭବ ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଏକ ଭଗବତ ଗୀତା ପ୍ରଦାନ କରିଥିଲେ । ଗୀତାକୁ ନିୟମିତ ପଢ଼ି, ତା’ର ପ୍ରତ୍ୟେକ ଶ୍ଲୋକର ସାରମର୍ମ ବୁଝି ବିବାଦର ସମାଧାନ କରାଇବାକୁ ଅନୁଭବ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । କୋର୍ଟ ଭିତରେ ଅନୁଭବ ବର୍ଷାଙ୍କୁ ଗୀତା ପ୍ରଦାନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସାଧାରଣ ଭାବେ କୋର୍ଟରେ ସାକ୍ଷୀମାନେ ସାକ୍ଷ୍ୟ ଦେବା ପୂର୍ବରୁ ଗୀତାକୁ ଛୁଇଁଥାନ୍ତି । ମାତ୍ର ଅନୁଭବଙ୍କ ଏହି ଭିନ୍ନ ଅନୁଭବ ସତରେ ନିଆରା ଥିଲା ।

ପୂର୍ବରୁ ବର୍ଷାଙ୍କ ଖର୍ଚ୍ଚ ବାବଦରେ ମାସକୁ ୩୦ ହଜାର ଟଙ୍କା ପ୍ରଦାନ ଦେଇ ଏସଡିଜେଏମ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ମଧ୍ୟ କୁହାଯାଇଥିଲା । ତେବେ ନିର୍ଦ୍ଦେଶ ମୁତାବକ ଅନୁଭବ ଗତ ମାସ ୩ ତାରିଖରେ ବର୍ଷାଙ୍କ ଆକାଉଣ୍ଟରେ ଉକ୍ତ ଅର୍ଥରାଶି ଡିପୋଜିଟ୍ କରିଥିଲେ । ମାତ୍ର ଗତ ମାସ ୨୧ ତାରିଖରେ ଏସଡିଜେଏମଙ୍କ ଉକ୍ତ ଶୁଣାଣି ଉପରେ ଅନ୍ତରୀଣ ରୋକ ଲାଗିଥିଲେ କଟକ ଜିଲ୍ଲା ଜଜ୍ କୋର୍ଟ ।

Get real time updates directly on you device, subscribe now.