fbpx

ବଢିଲା ସୁନା ରେଟ, ପୁଣି ୫୭ ହଜାର ପାର କଲା ରୂପା: ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ଦୁଇଦିନ ପାଇଁ ସୁନା ଦର କମିବା ପରେ ଆଜି ଏହି ରେଟରେ ବୃଦ୍ଧି ଘଟିଛି । ଗ୍ଲୋବାଲ ମାର୍କେଟରେ ଦରବୃଦ୍ଧି ପରେ ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଫଳରେ ସୁନା ଏବଂ ରୂପାର ଦାମ ପୁଣି ଥରେ ବୃଦ୍ଧି ହୋଇଛି । ଯାହା ଫଳରେ ପୁଣି ଥରେ ଗ୍ରାହକଙ୍କ ପାଇଁ ଚିନ୍ତା ପାଲଟିବାକୁ ଯାଉଛି ଏହି ଦର । ବିବାହ ଋତୁ ଚାଲିଥିବା ସମୟରେ ସୁନାରୂପା ଦାମ ବଢିବା ଗ୍ରାହକଙ୍କ ପାଇଁ ଅଡୁଆ ହୋଇଛି ।

ମଲ୍ଟିକମୋଡିଟି ଏକ୍ସଚେଞ୍ଜରେ ସକାଳୁ ୨୪ କ୍ୟାରେଟ ଶୁଦ୍ଧ ସୁନା ରେଟ ୧୭୦ ଟଙ୍କା ବଢି ୫୦,୬୭୦ ଟଭ୍କାରେ ପହଞ୍ଚିଛି । ଏହାପୂର୍ବରୁ ସୁନାରେ କାରବାର ୫୦,୬୬୧ ଟଙ୍କା ସ୍ତରରେ ଖୋଲାଖୋଲି ଭାବରେ ଆରମ୍ଭ ହୋଇଥିଲା । ସୁନାର ଡିମାଣ୍ଡ ବଢିବାରୁ ଏହାର ଦାମ ମଧ୍ୟ ବଢିଥିବାର ଦେଖାଯାଇଛି । ପୂର୍ବ ଦର ଅପେକ୍ଷା ୦.୩୪ପ୍ରତିଶତ ଅଧିକ ଦାମରେ ବିକ୍ରି ହେଉଛି ସୁନା । ଏହା ପୂର୍ବରୁ ଗ୍ଲୋବାଲ ମାର୍କେଟରେ ହ୍ରାସ ଯୋଗୁଁ ଲଗାତାର ଦୁଇ ଦିନ ପର୍ଯ୍ୟନ୍ତ ସୁନାର ଦର କମିଥିଲା ।

ସେହିପରି ରୂପାର ଦାମରେ ମଧ୍ୟ ବୃଦ୍ଧି ହୋଇଛି । ଏମସିଏକ୍ସରେ ରୂପା ଦାମ ୩୨୭ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛି ୫୭,୦୫୩ ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ରୂପା କାରବାର ୫୭,୧୭୭ ଟଙ୍କାରେ ଆରମ୍ଭ ହୋଇଥିଲା, ଯାହା ଡିମାଣ୍ଡ କମିବା ପରେ ଏଥିରେ ହ୍ରାସ ଦେଖିବାକୁ ମିଳିଛି । ରୂପାର ଦର ୦.୫୮ ପ୍ରତିଶତରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.