fbpx

ଖୋର୍ଦ୍ଧାରୁ ବାହାରିଲେ ୨୨୧ ପଜିଟିଭ: ଜାଣନ୍ତୁ ୨୪ ଘଣ୍ଟାରେ ଅନ୍ୟ ଜିଲ୍ଲାରୁ କେତେ ହୋଇଛନ୍ତି ସଂକ୍ରମିତ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୪ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୨୭୬ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୪୯ ଆକ୍ରାନ୍ତ ଥିବା ଜଣାପଡିଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯୪, ଷ୍ଟେଟପୁଲରୁ ୫୨, ସୁନ୍ଦରଗଡ଼ରୁ ୨୪,ପୁରୀରୁ ୧୭, ବାଲେଶ୍ୱର ଓ ସମ୍ବଲପୁରରୁ ୯ ଜଣ ଲେଖାଏଁ, , ମୟୂରଭଞ୍ଜ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ, ନୂଆପଡ଼ାରୁ ୫ ଜଣ, ଗଞ୍ଜାମ, ଯାଜପୁର, ନୟାଗଡ଼ ଓ ସୋନପୁରରୁ ୪ ଜଣ ଲେଖାଏଁ , କେନ୍ଦୁଝରରୁ ୩, କେନ୍ଦ୍ରାପଡ଼ାରୁ ୨, ଭଦ୍ରକ, ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୨, ୪୧୬କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୨୪୮୭ ରହିଛି । ୨୪ ଘଣ୍ଟା ମଧ୍ୟରେ ୨୧୮ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୦,୭୫୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.