fbpx

ଭୁବନେଶ୍ୱରରେ ୨୦୨୧ ସିଭିଲ ସର୍ଭିସ୍ ଟପ୍ପର ଶ୍ରୁତି ଶର୍ମା, ପରୀକ୍ଷାର୍ଥୀଙ୍କୁ ଦେଲେ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୧ ସିଭିଲ ସର୍ଭିସ୍ ଟପ୍ପର ହୋଇ ଆଇଏଏସ ବନିଥିବା ଶ୍ରୁତି ଶର୍ମା ରବିବାର ପରୀକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ବାଜିରାଓ ଆଇଏଏସ ଏକାଡେମୀ ତରଫରୁ ଆୟୋଜିତ ହୋଇଥିବା ଏକ ସେମିନାରରେ ଯୋଗଦେଇ ସେ ପରୀକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ସିଭିଲ ସର୍ଭିସ୍ ପରୀକ୍ଷାର୍ଥୀ କିପରି ଭାରତୀୟ ପ୍ରଶାସନିକ ସେବାରେ ଭଲ କରିପାରିବେ ସେନେଇ ପରୀକ୍ଷାର୍ଥୀ ତଥା ଆଶାୟୀଙ୍କୁ ଟିପ୍ସ ଦେଇଛନ୍ତି । ସେମାନଙ୍କୁ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ଶ୍ରୁତି ଶର୍ମା । ପରୀକ୍ଷାର୍ଥୀଙ୍କୁ ନିଜର ଅଭିଜ୍ଞତା ବିଷୟରେ କହିବା ସହ କଉଁଭଳି ଭାବରେ ପ୍ରସ୍ତୁତି କରିଥିଲେ ସେନେଇ କହିଥିଲେ ।

ଏହି ଅବସରରେ ସେ କହିଥିଲେ ଯେ ଜରୁରୀ ନୁହେଁ ଯେ ଦିଲ୍ଲୀ ଯାଇ ଆପଣ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି କରିବେ । ବର୍ତ୍ତମାନ ସମୟରେ ସବୁ ସ୍ଥାନରେ ଷ୍ଟଡି ମ୍ୟାଟେରିଆଲ ଉପଲବ୍ଧ ରହିଛି । ଏହାଦ୍ୱାରା ଜଣେ ନିଶ୍ଚୟ ଭଲ ପ୍ରସ୍ତୁତି କରିପାରିବ । ବହୁତ ଟପ୍ପର ମଧ୍ୟ ଅଲଗା ଅଲଗା ରାଜ୍ୟରୁ ରହିଛନ୍ତି । ପରୀକ୍ଷାର୍ଥୀ ନିଜର ସଙ୍କଳ୍ପ ରଖିବା ସହ ଷ୍ଟାଟ୍ରେଜୀ ରଖିବାକୁ ପରାମର୍ଶ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଅପାଣଙ୍କୁ ଯେଉଁ କାମ ଭଲ ଲାଗୁଛି ସେହି କାମ କରନ୍ତୁ, ନିଜର ଦୃଢ଼ ସଙ୍କଳ୍ପ ରଖନ୍ତୁ । ଯାହାବି କରୁଛନ୍ତି ସେଥିରେ ନିଜର ଶତ ପ୍ରତିଶତ ଦିଅନ୍ତୁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.