fbpx

ଆଜି ପବିତ୍ର ଗୁରୁପୂର୍ଣ୍ଣିମା: ଗୁରୁଙ୍କ ସାମ୍ନାରେ କରନ୍ତୁନି ଏହି ୫ଟି ଭୁଲ

ଓଡ଼ିଶା ଭାସ୍କର: ଆଷାଢ ମାସର ଶୁକ୍ଳ ପକ୍ଷରେ ପଡ଼ୁଥିବା ପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରାଯାଏ । ତେବେ ଆଜି ହେଉଛି ପବିତ୍ର ଗୁରୁପୂର୍ଣ୍ଣିମା । ଜୀବନରେ ଜ୍ଞାନ, ସୁଖ, ସମୃଦ୍ଧି ଗୁରୁଙ୍କ କୃପାରୁ ହିଁ ମିଳିଥାଏ । ଏହି ଦିନ ଗୁରୁଙ୍କ ବନ୍ଦନା କରିବା ସହ ଅଭିବାଦନ କରାଯାଇଥାଏ । ଶାସ୍ତ୍ରରେ ଗୁରୁମାନଙ୍କୁ ଈଶ୍ୱର ସହ ତୁଳନା କରାଯାଉଥିବାରୁ ଏହି ଦିନରେ ଗୁରୁମାନଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନଟି ମହର୍ଷି ବେଦବ୍ୟାସଙ୍କୁ ସମର୍ପିତ ହେବା ସହ ଏହି ଦିନ ଦେବଗୁରୁ ବୃହଷ୍ପତ୍ତିଙ୍କ ପୂଜା ମଧ୍ୟ କରାଯାଇଥାଏ । ତେବେ ଜାଣି ରଖନ୍ତୁ ଏହି ଗୁରୁ ପୂର୍ଣ୍ଣିମାରେ କେଉଁ ୫ଟି ଭୁଲ ନକରିବା ଉଚିତ ।

୧.ଶାସ୍ତ୍ର ଅନୁସାରେ ଗୁରୁଙ୍କ ଆସନରେ ଶିଷ୍ୟ କେବେ ବସିବା କଥା ନୁହେଁ । ଗୁରୁଙ୍କ ଆସନରେ ବସିବା ଦ୍ୱାରା ଗୁରୁଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ହେବ ।
୨.ଗୁରୁଙ୍କ ସାମ୍ନାରେ କୌଣସି ବସ୍ତୁର ସାହାର ନେଇ ଛିଡ଼ା ନହେବା ସହ ଗୁରୁଙ୍କ ମୁହଁ ଆଡ଼କୁ ଗୋଡ଼ କରିବା ଉଚିତ ନୁହେଁ ।
୩.ଗୁରୁଙ୍କ ସାମ୍ନାରେ କୌଣସି ପ୍ରକାର ଅପଶବ୍ଦ ପ୍ରୟୋଗ ନକରିବା ଉଚିତ କାରଣ ଏହା ଦ୍ୱାରା ଗୁରୁଙ୍କ ମନକୁ ଆଘାତ ଲାଗିଥାଏ ।
୪.ଗୁରୁଙ୍କ ସାମ୍ନାରେ ଭୁଲରେ ମଧ୍ୟ ନିଜ ଧନ ସମ୍ପର୍ତ୍ତିକୁ ନେଇ ଗର୍ବ ନକରିବା ଉଚିତ । ଯଦି ଅନ୍ୟ କୌଣସି ବ୍ୟକ୍ତି ଏପରି କରୁଥାଏ ତେବେ ଏଳି ଭୁଲ କାର୍ଯ୍ୟ ନକରିବା ପାଇଁ ବିରୋଧ କରିବା କଥା ।
୫.ଶେଷରେ ଗୁରୁଙ୍କ ନିନ୍ଦା ଅନ୍ୟ କାହା ପାଖରେ କରିବା ପାପ କରିବା ସହ ସମାନ ହୋଇଥାଏ ।

କେମିତି କରିବେ ଗୁରୁପୂର୍ଣ୍ଣିମାର ପୂଜା:
ଗୁରୁପୂର୍ଣ୍ଣିମା ଦିନ ଗୁରୁଙ୍କୁ ଏକ ଉଚ୍ଚ ଆସନରେ ବସାଇ ତାଙ୍କ ପାଦ ଧୋଇବାକୁ ପଡ଼ିଥାଏ । ପରେ ତାଙ୍କ ଚରଣରେ ଧଳା ବା ହଳଦିଆ ପୁଷ୍ପକୁ ଅର୍ପଣ କରିବା ସହ ଏହି ରଙ୍ଗର ବସ୍ତ୍ର ମଧ୍ୟ ଦାନ କରାଯାଏ । ଫଳ, ମିଠା ଓ ଦକ୍ଷିଣା ଦେଇ ଗୁରୁଙ୍କୁ ପ୍ରଣାମ କରିବା ସହ ଗୁରୁବନ୍ଦନା କରି ନିଜ ଦାୟିତ୍ତ୍ୱ ଗ୍ରହଣ କରିବାକୁ ପଡ଼େ ।

 

Get real time updates directly on you device, subscribe now.