fbpx

ପୋଷ୍ଟ ଅଫିସର ଏହି ସ୍କିମରେ ୧୨୪ ମାସରେ ହେବ ଟଙ୍କା ଡବଲ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ସରକାରୀ ସ୍କିମରେ ଅଧିକ ସମୟ ପାଇଁ ନିବେଶ କରିବାକୁ ଚାହୁଛନ୍ତି ଏବଂ ଭଲ ରିଟର୍ଣ୍ଣ ମଧ୍ୟ ଚାହୁଛନ୍ତି, ତେବେ ପୋଷ୍ଟ ଅଫିସ୍ କିସାନ ବିକାଶ ପତ୍ର ଆପଣ ପାଇଁ ଭଲ ଅପ୍ସନ ହୋଇପାରେ । ଏହି ସ୍କିମରେ ବର୍ତ୍ତମାନ ୧୨୪ ମାସରେ ଟଙ୍କା ଡବଲ କରିବା ଗ୍ୟରେଣ୍ଟୀ ଦେଉଛି । ଦେଶର ୧.୫ ଲକ୍ଷରୁ ଅଧିକ ପୋଷ୍ଟ ଅଫିସରେ କିସାନ ବିକାଶ ପତ୍ରର ସୁବିଧାର ଲାଭ ଉଠାଇପାରିବେ ।

କିସାନ ବିକାଶ ପତ୍ରର ଖାସ୍ କଥା ହେଉଛି ଏହି ସ୍କିମରେ ନିବେଶକଙ୍କୁ ଚକ୍ରବୃଦ୍ଧି ସୁଧ ମିଳିଥାଏ । ଆପଣ ଏହି ସ୍କିମରେ ମାତ୍ର ୧ ହଜାରରୁ ମଧ୍ୟ ନିବେଶ କରିପାରିବେ । ଏଥିରେ ଅଧିକ ରାଶି ଦେବାର କୌଣସି ସୀମା ନାହିଁ ଆପଣ ସର୍ବାଧିକ ଟଙ୍କାରେ ମଧ୍ୟ ନିବେଶ କରିପାରିବେ ।

କିସାନ ବିକାଶ ପତ୍ରରେ ୬.୯ ପ୍ରତିଶତ ଦରରେ ସୁଧ ମିଳିଥାଏ । ଏହି ସ୍କିମରେ ଆପଣଙ୍କ ଜମା କେବଳ ୧୨୪ ମାସରେ ଦୁଇଗୁଣା ହୋଇଯିବ । ଅର୍ଥାତ୍ ୧୦ ବର୍ଷ ଏବଂ ୪ ମାସରେ ଆପଣଙ୍କ ମୂଳଧନ ଡବଲ ହୋଇଯିବ । କିସାନ ବିକାଶ ପତ୍ରରେ ଆପଣଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ନିବେଶ କରିପାରିବେ । ଏହା ବ୍ୟତୀତ ସର୍ବାଧିକ ରାଶିରେ କୌଣସି ସୀମା ନାହିଁ ।

ଏହି ସ୍କିମରେ ଆପଣ ୧୦୦୦, ୫୦୦୦, ୧୦୦୦୦, ୫୦୦୦୦ ଟଙ୍କାର ସାର୍ଟିଫିକେଟ କିଣିପାରିବେ । ଏହା ୧୦ ବର୍ଷ ୪ ମାସରେ ମ୍ୟାଚୁରିଟି ହେବ । ଏହା ସହ ମ୍ୟାଚୁରିଟି ପୂର୍ବରୁ କିଛି ଖାସ୍ ସ୍ଥିତିରେ ଆପଣ ଟଙ୍କା କାଢ଼ିପାରିବେ । ମ୍ୟାାଚୁରିଟି ପରେ ଆପଣ କୌଣସି ବି ପୋଷ୍ଟ ଅଫସରୁ ଟଙ୍କା କାଢ଼ିପାରିବେ ।

 

Get real time updates directly on you device, subscribe now.