fbpx
BJD
BJD SKY
BJD SKY

ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଲା ପ୍ରେମିକ, ପ୍ରେମିକାକୁ ବିଷ ପିଆଇ ରାସ୍ତାରୁ ହଟାଇଦେବାକୁ କଲା ଉଦ୍ୟମ

BJD

ଡେଲାଙ୍ଗ, (ଭାସ୍କର ନ୍ୟୁଜ୍‌): ପ୍ରଥମେ ପ୍ରେମ, ତା’ପରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଶେଷରେ ଧୋକା ଦେଇଥିଲା । ବିବାହ କରିବାକୁ ଯୁବତୀ ଜିଦ୍ କରିବାରୁ ବଳପୂର୍ବକ ବିଷ ପିଆଇ ଜୀବନରେ ମାରିଦେବା ଭଳି ଏକ ସାଙ୍ଘାତିକ  ଉଦ୍ୟମ କଲା ପ୍ରେମିକା। ଏହି ଘଟଣା ସମ୍ପର୍କରେ ପୀଡ଼ିତାର ପରିବାର ପକ୍ଷରୁ ଡେଲାଙ୍ଗ ଥାନାରେ ସଙ୍ଗୀନ ଅଭିଯୋଗ ହୋଇଛି । ଘଟଣାର ଗୁରୁତ୍ୱ ପ୍ରତି ଦୃଷ୍ଟି ଦେଇ ଥାନାଧିକାରୀ ଅନିଲ କୁମାର ମହାନ୍ତି ଏ ସଂକ୍ରାନ୍ତରେ ଅଭିଯୁକ୍ତ ପ୍ରେମିକ ବିରୋଧରେ ୧୮୬/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ,ଡେଲାଙ୍ଗ କୋଠବାଡ଼ ଅଞ୍ଚଳର ଜନୈକା ଯୁବତୀ ଗତ ମଙ୍ଗଳବାର ଦିନ ସ୍ଥାନୀୟ ଅଳଉତା ଗ୍ରାମର ନୀଳକଙେଋଶ୍ୱର ଦେବ ମନ୍ଦିରରୁ ପୂଜାର୍ଚ୍ଚନା ସାରି ଘରକୁ ଫେରୁଥିବାବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ରାସ୍ତାରେ ଛକି ରହିଥିବା  ଡେଲାଙ୍ଗ ଗ୍ରାମର ବିଶ୍ୱମ୍ୱର ମହାପାତ୍ର ନାମକ ଜଣେ ଯୁବକ ଉକ୍ତ ଯୁବତୀଙ୍କୁ ବଳପୂର୍ବକ ବିଷ ପିଆଇ ଦେଇଥିବା ନେଇ ପୀଡ଼ିତାଙ୍କ ବାପା ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ।ତେବେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଭାବେ ପୀଡିତ ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।କିନ୍ତୁ ଅଭିଯୁକ୍ତ ପ୍ରେମିକ ଜଣକ ତାଙ୍କ ଝିଅ ସହ ଗତ ୨ବର୍ଷ ଧରି ଭଲ ପାଇବାର ଅଭିନୟ କରି ଶାରୀରିକ ସମ୍ପର୍କ ସ୍ଥାପନ କରିଥିବାବେଳେ ଏବେ ଧୋକା ଦେଇ ଯୋଜନାବଦ୍ଧ ଭାବେ ଜୀବନରୁ ମାରିଦେବା ପାଇଁ ବଳପୂର୍ବକ ବିଷ ପିଆଇ ଦେଇଥିବା ନେଇ ଯୁବତୀର ବାପା ଥାନାରେ ଅଭିଯୋଗ କରିଛନ୍ତି ।

ଏପରିକି ଯୁବତୀ ଜଣକ କୁଆଡେ ଘଟଣା ସମ୍ପର୍କରେ ପ୍ରେମିକର ପିତାମାତାଙ୍କୁ ଅଭିଯୋଗ କରିବା ପାଇଁ ତାଙ୍କ ଘରକୁ ଯାଇଥିବାବେଳେ ଅଭିଯୁକ୍ତର ଦାଦା ଯୁବତୀଙ୍କୁ ବୋହୁ କରିନେବାର ପ୍ରତିଶ୍ରୁତି ଦେଇ ଗୋଟିଏ ଦିନ ଘରେ ରଖିବା ପରେ ଆଣି ତାଙ୍କ ଘରେ ଛାଡ଼ି ଦେଇଥିବା ନେଇ ଯୁବତୀର ବାପା ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।ସେହିପରି ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁଙ୍କୁ ଅବଗତ କରିଥିବା ନେଇ ମଧ୍ୟ ଯୁବତୀର ବାପା ସୂଚନା ଦେଇଛନ୍ତି ।ତେବେ ଏ ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.