fbpx

ଯୌତୁକ ନିର୍ଯ୍ୟାତନା ଆଇନକୁ ହତିଆର ଭାବରେ ବ୍ୟବହାର କରିବା ସ୍ୱାମୀଙ୍କ ଉପରେ ନୃଶଂସତା: ଛତିଶଗଡ଼ ହାଇକୋର୍ଟ

ବିଳାସପୁର: ଛତିଶଗଡ଼ ହାଇକୋର୍ଟ ମହତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଯୌତୁକ ନିର୍ଯ୍ୟାତନା ଆଇନକୁ ପତ୍ନୀ କିମ୍ବା ତାଙ୍କ ସଂପର୍କୀୟ ହତିଆର ଭାବରେ ବ୍ୟବବହାର କରିବା ସ୍ୱାମୀ ଏବଂ ଶ୍ୱଶୁର ଘର ସହ ନୃଶଂସତା ହେବ ।

ଏକ ଡାକ୍ତର ସ୍ୱାମୀ ଓ ତାଙ୍କ ଶିକ୍ଷିକ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏକ ମାମଲାର ଶୁଣାଣି କରି ଏହି ରାୟ ଶୁଣାଣିଛନ୍ତି ଛତିଶଗଡ଼ ହାଇକୋର୍ଟ । ଖଣ୍ଡପୀଠ ଏହାକୁ ଗମ୍ଭୀର ବୋଲି କହିବା ସହ କହିଛନ୍ତି ଯେ ଯୌତୁକ ନିର୍ଯ୍ୟାତନା କୁ ନେଇ ହୋଇଥିବା ଆଇନର ମହିଳା ଜଣକ ହତିଆର ଭଳି ବ୍ୟବହାର କରିଛନ୍ତି । ଏହା ଚିନ୍ତା ଜନକ ଏହା ନୃଶଂସ ଶ୍ରେଣୀର । ଏହିଭଳି ମାମଲାରେ ବୈବାହିକ ସମ୍ବନ୍ଧ ଭାଙ୍ଗିବା ପରେ ପୁଣିଥରେ ଯୋଡ଼ିବା ସମ୍ଭବ ହୋଇନଥାଏ । ତେଣୁ ଯାଚିକାକର୍ତ୍ତାଙ୍କୁ ଛାଡ଼ପତ୍ର ମଞ୍ଜୁରୀ ଦେଇଥିଲେ । କୋର୍ଟ ଯାଚିକାକର୍ତ୍ତାଙ୍କୁ ନିଜ ଶିକ୍ଷିକା ପତ୍ନୀଙ୍କୁ ଭରଣପୋଷଣ ପାଇଁ ମାସକୁ ୧୫ ହଜାର ଟଙ୍କା ଦେବାକୁ ମ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୂଯାୟୀ, ଛତିଶଗଡ଼ ସରଗୁଜା ଜିଲ୍ଲାର ଚାନ୍ଦନୀ ଥାନା ଅଞ୍ଚଳର ମହିଳାଙ୍କ ବିବାହ ୧୯୯୩ ମସିହାରେ ରାମକେଶ୍ୱର ସିଂହଙ୍କ ସହ ହୋଇଥିଲା । ମହିଳା କରୋବା ଜିଲ୍ଲାରେ ଏକ ବେସରକାରୀ ସ୍କୁଲରେ ପାଠପଢ଼ାଉଛନ୍ତି ଏବଂ ତାଙ୍କ ସ୍ୱାମୀ ସରକାରୀ ହସ୍ପିଟାଲରେ ନିଯୁକ୍ତ ଅଛନ୍ତି । କିନ୍ତୁ ବିବାହର ତିନି ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାହଦ ହୋଇଥିଲା ଏବଂ ଉଭୟ ଅଲଗା ରହିଥିଲେ ।

ତିନି ବର୍ଷପରେ ଡାକ୍ତର ଜଣକ ଫ୍ୟାମିଲି କୋର୍ଟରେ ମାମଲା ଦାୟର କରିବା ସହ ଛାଡ଼ପତ୍ର ଆବେଦନ କରିଥିଲେ । ଯାହାପରେ ଶିକ୍ଷୟିତ୍ରୀ ପତ୍ନୀ ମଧ୍ୟ ଚାନ୍ଦନୀ ଥାନାରେ ପତିଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ନେଇ ମାମଲା ରୁଜୁ କରିଥିଲେ । ଖାଲି ସେତିକି ନୁହେଁ ସେ ଯୌତୁକ ନିର୍ଯ୍ୟତନା ଧାରା ୪୯୮ ଅନୂଯାୟୀ ଡାକ୍ତର ସ୍ୱାମୀଙ୍କ ସହ ତାଙ୍କର ଶାଶୁ. ଶ୍ୱଶୁର, ଦିଅର, ନଣନ୍ଦଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଥିଲେ ।

ମହିଳା ଜଣକ ନିଜ ସ୍ୱାମୀ ଏବଂ ଶ୍ୱଶୁର ଘର ଷଲୋକଙ୍କ ଉପରେ ୧ ଲକ୍ଷ ଟଙ୍କା ଯୌତୁକ ମାଗିବା ଏବଂ ନଦେଲେ ତାଙ୍କ ଉପରେ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆଣିଥିଲେ । କୋର୍ଟ ଶୁଣାଣିରେ ସତ ପ୍ରମାଣ କରିପାରିନôତଲେ । ମାମଲାର ଶୁଣାଣି କରି କୋର୍ଟ ଡାକ୍ତର ଏବଂ ତାଙ୍କ ପରିବାରକୁ ଦୋଷ ମୁକ୍ତ କରିଥିଲେ ।

ଏହାରି ମଧ୍ୟରେ ଡାକ୍ତରଙ୍କ ଯାଚିକାର ଶୁଣାଣି କରି ଫ୍ୟାମିଲି କୋର୍ଟ ଛାଡ଼ପତ୍ର ଦାବିକୁ ଖାରଜ କରିଦେଇଥିଲେ । ଯାହାକୁ ଚାଲେଞ୍ଜ କରି ଡାକ୍ତର ଛତିଶଗଡ଼ ହାଇକୋର୍ଟରେ ଆବେଦନ କରିଥିଲେ । ସେ ଯାଚିକାରେ ଲେଖିଥିଲେ ଯେ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଯୋଗୁଁ ଚାପରେ ତା’ ମାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଆଉ ଏହି ମାମଲାର ଶୁଣାଣି କରି ଜଷ୍ଟିସ ଗୌତମ ଭାଦୁଡୀ ଏବଂ ଜଷ୍ଟିସ ରଜନୀ ଦୁବେଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ ।

Get real time updates directly on you device, subscribe now.